ଓଡିଆନ୍ ନ୍ୟୁଜ

151

ବିଦାହେଲେ ପାକିସ୍ତାନୀ କଳାକାର

Team Odian News |

ବିଦାହେଲେ ପାକିସ୍ତାନୀ କଳାକାର 


ଭୁବନେଶ୍ୱର,୧୮/୨(ଓଡ଼ିଆନ ନ୍ୟୁଜ ):ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ସହିଦ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ପାକିସ୍ତାନ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି।  ‘ଅଲ ଇଣ୍ଡିଆ ସିନେ ଓ୍ଵାକର୍ସ ଆସୋସିଏସ୍‌ନ୍‌’ ଆଜି ଏକ ଚିଠି ଜାରି କରି ସିନେମାରେ କାମ କରୁଥିବା ସମସ୍ତ ପାକିସ୍ତାନୀ ଅଭିନେତା ଓ କଳାକାରଙ୍କ ଉପରେ ପ୍ରତିବନ୍ଧ ଲାଗାଇଛି। ସେହିପରି ପାକିସ୍ତାନ କଳାକାରଙ୍କ ସହିତ କାମ କରୁଥିବା ସଙ୍ଗଠନ ଉପରେ ବି ପ୍ରତିବନ୍ଧକ  ଘୋଷଣା କରାଯାଇଛି। ଏହି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି, ଏହି ପ୍ରତିବନ୍ଧକ ସତ୍ତ୍ୱେ ଯଦି କୌଣସି ସଙ୍ଗଠନ ପାକିସ୍ତାନ କଳାକାରଙ୍କ ସହିତ କାମ କରିବା  ନେଇ ଜୋର ଦିଅନ୍ତି, ତେବେ ଏଆଇସିଡବ୍ଲୁଏ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜାରି ହୋଇଥିବା ଏହି ପତ୍ରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି।ଅନ୍ୟପକ୍ଷରେ ବଲିଉଡ୍‌ରେ କଳାକାର ଟୁଇଟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ବିରୋଧ କରି ଗତକାଲି ବଲିଉଡର ୨୪ଟି ଫିଲ୍ମ ସଂଗଠନ ଗୋରେଗାଓଁସ୍ଥିତ ଫିଲ୍ମସିଟିରେ ବିରୋଧ ପ୍ରଦର୍ଶନ କରିଥିଲେ । ଏଥିସହ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡାଇରେକ୍ଟର୍ସ ଆସୋସିଏଶନ୍‌ର ଅଧ୍ୟକ୍ଷ ଅଶୋକ ପଣ୍ଟିତ କହନ୍ତି, ଭାରତର କୌଣସି ମ୍ୟୁଜିକ୍‌ କମ୍ପାନୀ ପାକିସ୍ତାନୀ ଗାୟକଙ୍କ ସହ କାମ କରିବ ନାହିଁ  । ଫିଲ୍ମ ସଂଗଠନ ନବଜୋତ ସିଂହ ସିଦ୍ଧୁଙ୍କୁ ମଧ୍ୟ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି।