ଓଡିଆନ୍ ନ୍ୟୁଜ

188

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

Team Odian News |

ଆଜିଠୁ ବିଶ୍ୱ  ପ୍ରସିଦ୍ଧ ଯୋରନ୍ଦା ମେଳା


ଭୁବନେଶ୍ୱର,୧୮/୨(ଓଡ଼ିଆନ ନ୍ୟୁଜ ):ଆଜିଠୁ ‍ଢେଙ୍କାନାଳରେ ଆରମ୍ଭ ହୋଇଛି ବିଶ୍ୱ  ପ୍ରସିଦ୍ଧ ଯୋରନ୍ଦା ମେଳା। ୩ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହାସହ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଅନ୍ୟ ଦିଗପ୍ରତି ନଜର ଦିଆଯାଇଛି । ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ଏହି ମେଳା ପାଳିତ ହେବ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ। ଏହାସହ ହୋମଯଜ୍ଞ ଏହି ତିନିଦିନ ଚାଲିଥାଏ। ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପାର ସନ୍ନ୍ୟାସୀ ଭାବେ ଘୋଷିତ ହୋଇଥାନ୍ତି । ଏହି ଉତ୍ସବରେ ବେଢା ପରିକ୍ରମା କାର୍ଯ୍ୟ ହୋଇଥାଏ । ବଳ୍‌କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍‌କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ । ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତାଘାଟ, ପାଣି, ଆଲୋକ ଏବଂ ଆଶ୍ରୟସ୍ଥଳୀର ବନ୍ଦୋବସ୍ତ କରାଯାଇଛି।