ଓଡିଆନ୍ ନ୍ୟୁଜ

132

ପାକିସ୍ତାନ ସିନେମା ହଲକୁ ଯିବନି ‘ଟୋଟଲା ଧମାଲ’

Team Odian News |

ପାକିସ୍ତାନ ସିନେମା ହଲକୁ ଯିବନି  ‘ଟୋଟଲା ଧମାଲ’ 


ଭୁବନେଶ୍ୱର,୧୮/୨(ଓଡ଼ିଆନ ନ୍ୟୁଜ ):ଜମ୍ମ-କାଶ୍ମୀର ପୁଲ୍‌ଓ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶର ସ୍ୱର ଗୁଞ୍ଜରିତ ହୋଇଛି । ଏହି ବିରୋଧାଭାଷ ଓ ରାଗରୁ ବାଦ ପଡ଼ିନି ବଲଉଡ଼ । ବିଭିନ୍ନ କଳାକାର  ଏହି ଘଟଣାକୁ ନିନ୍ଦା କରିବା ସହ ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ନିଜର ମତ ରଖିଥିବା ବେଳେ ଏବେ ପାକିସ୍ତାନରେ ନିଜ ଫିଲ୍ମ ‘ଟୋଟଲା ଧମାଲ’ ରିଲଜ ହେବ ନାହିଁ ବୋଲି ମନା କରିଛନ୍ତି ଅଭିନେତା ଅଜୟ ଦେବଗନ । ଆଜି ଅଜୟ ଟ୍ୱଟ୍ କରି ଲେଖେଛନ୍ତି ଯେ ବର୍ତ୍ତମାନର ସ୍ଥିତିରେ ‘ଟୋଟାଲ ଧମାଲ’ ଟିମ୍ ନିଷ୍ପତି ନେଇଛି ଯେ ପାକିସ୍ତାନରେ ଏହି ଫିଲ୍ମ ରିଲଜ ହେବ ନାହିଁ । ଫିଲ୍ମର ଅନ୍ୟ କଳାକାର ରିତେଶ ଦେଶମୁଖ ମଧ୍ୟ ନିଜ ଟ୍ୱଟ୍ ଆକାଉଣ୍ଟରେ ପାକିସ୍ତାନରେ ‘ଟୋଟାଲ ଧମାଲ’ ରିଲଜ କରାଯିବ ନାହିଁ ବୋଲି ଜଣାଇଛନ୍ତି । ଏଠାରେ ସୂଚନା ଥାଉକି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମଧ୍ୟ ଏହି ଫିଲ୍ମର ପୁରା ଟିମ୍ ପକ୍ଷରୁ ଘୋଷଣା କରାଯାଇଛି । ସେହିଭଳି ପାକିସ୍ତାନୀ କଳକାରଙ୍କୁ ନିଜ ଦେଶକୁ ପଠାଇ ଦେବା ଓ ସେମାନଙ୍କୁ ଭାରତୀୟ ସିନେମାରେ ଅଭିନୟ କରିବାର ସୁଯୋଗ ନଦେବା ନେଇ ସାଧାରଣରେ ଦାବି କରାଯାଉଛି । ୧୮ ବର୍ଷ ପରେ ବଲିଉଡର ଲୋକପ୍ରିୟ ଯୋଡି ଅନିଲ୍‌ କପୁର-ମାଧୁରୀ ଦୀକ୍ଷିତ୍‌ ଏହି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି ।