ଓଡିଆନ୍ ନ୍ୟୁଜ

139

୫ ମାସ ପରେ ସମ୍ବଲପୁରରେ ସରକାରୀ କାର୍ଯ୍ୟାଳୟ ଖୋଲିଲା ଆଜି

Team Odian News |

୫ ମାସ ପରେ ସମ୍ବଲପୁରରେ ସରକାରୀ  କାର୍ଯ୍ୟାଳୟ ଖୋଲିଲା ଆଜି 


ସମ୍ବଲପୁର,୧୯ /୨(ଓଡ଼ିଆନ ନ୍ୟୁଜ): ଦୀର୍ଘ ୫ ମାସ ପରେ ଆଜିଠୁ  ସମ୍ବଲପୁରରେ ଖୋଲିଛି  ସମସ୍ତ ସରକାରୀ କାର୍ଯ୍ୟାଳୟ । କେବଳ କୋର୍ଟ କଚେରୀ ବନ୍ଦ ରଖି ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଓକିଲ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ସେପ୍ଟେମ୍ବର ୫ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ  ଓକିଲମାନେ ସରକାରୀ ଅଫିସ ଗୁଡିକୁ ବନ୍ଦ ରଖିଥିଲେ। ଯେଉଁଥି ପାଇଁ ବିଗତ  ୫ ମାସ ହେଲା ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର ଚଳିତ ବଜେଟରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ୫କୋଟି ବ୍ୟୟ ବରାଦ କରିବା ପରେ ଓକିଲ ସଂଘ ନରମିବା ସହ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନେଇଛି । ଏହାସହ  ସରକାରୀ କାର୍ଯ୍ୟରେ ଅଚଳାବସ୍ଥାକୁ ଦେଖି ବିଭିନ୍ନ ନାଗରିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଓକିଲ ସଂଘକୁ ଚିଠି ଲେଖା ଯାଇଥିଲା।