ଓଡିଆନ୍ ନ୍ୟୁଜ

96

ପରୀକ୍ଷା ଦିନ କେନ୍ଦ୍ରରେ ପହଞ୍ଚିବ ମାଟ୍ରିକ୍ ପ୍ରଶ୍ନପତ୍ର

Team Odian News |

ପରୀକ୍ଷା ଦିନ କେନ୍ଦ୍ରରେ  ପହଞ୍ଚିବ ମାଟ୍ରିକ୍ ପ୍ରଶ୍ନପତ୍ର


କଟକ,୧୯ /୨(ଓଡ଼ିଆନ ନ୍ୟୁଜ): ପରୀକ୍ଷା ଦିନରେ ହିଁ କେନ୍ଦ୍ରକୁ ପହଞ୍ଚିବ ମାଟ୍ରିକ୍ ପ୍ରଶ୍ନପତ୍ର। କେହିବି ମୋବାଇଲ ଫୋନ ନେଇପାରିବେନି ପରୀକ୍ଷା କେନ୍ଦ୍ରକୁ । କୋଶ୍ଚିନ୍ ଲିକ୍ ରୋକିବାକୁ ରହିବେ ସ୍ୱତନ୍ତ୍ର ଅଧିକାରୀ ଏହାସହ ୧୪୪ ଧାରା ଘେର ଭିତରେ ରହିବ ସମସ୍ତ ସେଂଟର। ଏହି ନିଷ୍ପତି ମାଟ୍ରିକ୍ ପରୀକ୍ଷା ପରିଚାଳନା ପାଇଁ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଆଯାଇଛି । ଏହାସହ ୩୫0 ନୋଡାଲ ସେଣ୍ଟରରେ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯିବା ସହ ସିସିଟିଭି ଘେରରେ ରହିବ । ଚଳିତ ମାସ ୨୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୫ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିଭଳି ମାର୍ଚ୍ଚ ୨୫ରୁ ଖାତା ମୂଲ୍ୟାୟନ ପକ୍ରିୟା ଆରମ୍ଭ ହେବ ।