ଓଡିଆନ୍ ନ୍ୟୁଜ

112

ରାଜଧାନୀରେ ବାଘ ଧରିବାକୁ ସଜବାଜ, ୩ ଟି ଦଳର କସରତ ପରେବି ବିଫଳ

Team Odian News |

ରାଜଧାନୀରେ ବାଘ ଧରିବାକୁ ସଜବାଜ, ୩ ଟି ଦଳର କସରତ ପରେବି ବିଫଳ 


ଭୁବନେଶ୍ୱର ,୧୯ /୨(ଓଡ଼ିଆନ ନ୍ୟୁଜ): ବାଘ ବୁଲୁଛି ରାଜଧାନୀରେ, ଏହାକୁ ନେଇ ବନବିଭାଗଠୁ ଆରମ୍ଭ କରି ସହରବାସୀ ସମସ୍ତେ ଚିନ୍ତାରେ। ଗତକାଲି ଭୁବନେଶ୍ୱର ପଳାସପଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ ସାମ୍ମନାକୁ ଆସିଥିଲା । ଏହାସହ ରାତି ୪ଟାରେ ବାଘଟିକୁ ସିଆଇଏସଏଫ ଯବାନ ଦେଖିଥିବା କୁହାଯାଉଛି  । ଖବର ପାଇବା ସଙ୍ଗେସଙ୍ଗେ ରା୍ତି ସାରା ସେହି ଅଂଚଳରେ ବନ ବିଭାଗର ଟିମ୍ ପାଟ୍ରୋଲିଂ କରିଥିଲେ । ଗତକାଲି ରାତି ହୋଇଯାଇଥିବାରୁ ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ ସମ୍ଭବପର ହୋଇ ନ ଥିଲା। ହେଲେ ଆଜି ସକାଳୁ ବାଘ ଧରିବାକୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ  । ନନ୍ଦନକାନନରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ ବାଘ ଧରିବାକୁ ଉଦ୍ୟମ କରୁଛନ୍ତି । ଜନ୍ତା ମଧ୍ୟ ଆସିଛି । ଓୟୁଏଟିର ବିଶେଷଜ୍ଞ ଦଳ ବି ଆସିଛନ୍ତି । ଯଦି ଟ୍ରାଙ୍କ୍ୟୁଲାଇଜ୍‌ ଦ୍ୱାରା ବାଘ ଧରି ନହୁଏ ତେବେ ଟ୍ରାପିଙ୍ଗ୍‌ ବା ଜନ୍ତା ଓ ଜାଲ ସାହାଯ୍ୟରେ  ତାହାକୁ ଧରିବାକୁ ଉଦ୍ୟମ କରାଯିବ। ବାଘ ରହିଥିବା ସ୍ଥାନକୁ  ସୁରକ୍ଷାକର୍ମୀ ଘେରି ଖୋଜାଖୋଜି କରିବା ପରେ ବାଘ ନମିଳିବାରୁ ପ୍ରଥମ ପର୍ଯ୍ୟାୟ ଅନୁସନ୍ଧାନ ବିଫଳ ହୋଇଥିଲା । ବାଘକୁ ଧରିବା ପାଇଁ ପୁଣି  ବ୍ୟାପକ ପ୍ରସ୍ତୁତି ହୋଇଛି,   ବିମାନବନ୍ଦର ଅଞ୍ଚଳରେ ୩ଟି ଯନ୍ତାରେ କୁକୁଡ଼ା ରଖି ଜଗିଲା ବନ ବିଭାଗ, ଗତିବିଧି ଯାଞ୍ଚ ପାଇଁ ୧୦ଟି ଜାଗାରେ ଲଗାଇଲା ସିସିଟିଭି କ୍ୟାମେରା ଲଗାଯାଇଛି।