ଓଡିଆନ୍ ନ୍ୟୁଜ

122

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ:୪ଟି ବିଦ୍ୟାଳୟର ସୁପରିଣ୍ଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟର ନିଲମ୍ବିତ

Team Odian News |

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ:୪ଟି ବିଦ୍ୟାଳୟର ସୁପରିଣ୍ଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟର ନିଲମ୍ବିତ ଭୁବେନେଶ୍ବର,୨୨/୨(ଓଡିଆନ୍ ନ୍ୟୁଜ): ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପ୍ରସଙ୍ଗ, ୪ଟି ବିଦ୍ୟାଳୟର ସୁପରିଣ୍ଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟରଙ୍କୁ ନିଲମ୍ବିତ କରାଯାଇଛି। ଢେଙ୍କାନାଳ ସୁଦର୍ଶନ ବିଦ୍ୟାଭବନ, କୋରାପୁଟ ବନ୍ଧୁଗ୍ରାମ ହାଇସ୍କୁଲ, ନୂଆପଡ଼ା ବୋଡେନ ବ୍ଲକର କରମଙ୍ଗଳ ଓ ବନ୍ଧୁଗ୍ରାମ ହାଇସ୍କୁଲରୁ ନିଲମ୍ବିତ କରାଯାଇଛି। ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ ଏହି ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଆଜି ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ଅଭିଯୋଗ ଆସିଥିଲା। ନୂଆପଡ଼ାରୁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ପ୍ରଥମେ ଆସିଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ଭାଇରାଲ ହୋଇଥିବା ଚର୍ଚ୍ଚା, ପରୀକ୍ଷା ଚାଲିଥିବା ବେଳେ କେମିତି ଭାଇରାଲ ହେଲା ସେନେଇ ଚର୍ଚ୍ଚା ହେବା ସହ ଶିକ୍ଷା ବ୍ୟବସ୍ଥା ସୁରକ୍ଷା ଉପରେ ଅଙ୍ଗୁଳି ଉଠିଲା। ଆଜି ମାତୃଭାଷା ଓଡ଼ିଆର ପରୀକ୍ଷା ଥିଲା।