ଓଡିଆନ୍ ନ୍ୟୁଜ

118

୨୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି

Team Odian News |

୨୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ଭୁବନେଶ୍ୱର,୨୨/୨(ଓଡିଆନ୍ ନ୍ୟୁଜ):ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁବିନେଟ୍ ବୈଠକରେ ଜଳ ସମ୍ପଦ ବିଭାଗରେ ୪ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ , ବସୁଧା ଯୋଜନାରେ ୨ଟି ପାଇପ୍‌ ୱାଟର ସପ୍ଲାଏକୁ ଅନୁମୋଦନ ମିଳିଛି। ଏହାସହ ରାତିରେ ଆହାର ଯୋଜନା ପାଇଁ ଓ କାଳିଆ ଛାତ୍ରବୃତ୍ତି ଯୋଜନାକୁ କ୍ୟାବିନେଟ ମଞ୍ଜୁରି, ଗ୍ରୀଡ୍‌କୋକୁ ୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ଆଜିର ଏହି ଵୈଠକରେ ଅନୁମୋଦିତ ହୋଇଛି। ସେହିଭଳି ଖୁସି ଯୋଜାରେ ୫ ବର୍ଷରେ ଖର୍ଚ୍ଚ ହେବ ୪୬୬ କୋଟି ଟଙ୍କା, ୮୧୦୦ଜଣ ଷ୍ଟାଫନର୍ସ, ଫାର୍ମାସିଷ୍ଟ ଓ ANMଙ୍କୁ ନିୟମିତ କରାଯିବ, ଏଥିପାଇଁ ବର୍ଷକୁ ଖର୍ଚ୍ଚ ହେବ ୧୭୨ କୋଟି ଟଙ୍କା, ଓଡ଼ିଶା ହୋମିଓପାଥିକ୍‌ ସର୍ଭିସରେ ବୟସ ସୀମା ୩୨ରୁ ୪୦କୁ ବୃଦ୍ଧି, GPOରେ ୫ ବର୍ଷ କାମ କଲେ ହୋଇ ପାରିବେ ଆଡିସନ୍‌ନାଲ BDO ବୋଲି କ୍ୟାବିନେଟ ମଞ୍ଜୁରି ମିଳିଛି। ସମୁଦାୟ ୨୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି, କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଖୁସି ଯୋଜନାରେ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ସାମିଲ ହେବେ। ମାଗଣାରେ ସ୍କୁଲରେ ବଣ୍ଟନ ହେବ ସାନିଟାରି ନାପକିନ୍‌।