ଓଡିଆନ୍ ନ୍ୟୁଜ

131

ବଡମ୍ବା ଏବଂ ନରସିଂହପୁର ଗସ୍ତରେ ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Team Odian News |

ବଡମ୍ବା ଏବଂ ନରସିଂହପୁର ଗସ୍ତରେ ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କଲେ  ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର,୨୩/୨ (ଓଡ଼ିଆନ ନ୍ୟୁଜ): ମୁଖ୍ୟମନ୍ତ୍ରୀ ଆଜି କଟକ ଜିଲ୍ଲା ଗସ୍ତ କରି ବଡମ୍ବା ଏବଂ ନରସିଂହପୁର ଅଚଂଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୨୫ କୋଟି ଟଙ୍କାରେ ୧୬୨ ଟି ଗାଁର ୨୫ ହଜାର ଏକର ଚାଷଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପ ଉଦଘାଟିତ ହୋଇଛି । ସେହିପରି ନରସିଂହପୁରରେ ଗ୍ରୀଡ ସବଷ୍ଟେସନ, ରାସ୍ତା ପ୍ରକଳ୍ପ, ସେତୁ ଏବଂ ଡାକବଙ୍ଗଳା ଉଦଘାଟିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ  ଅନନ୍ତ ନାରାୟଣ ହାଇସ୍କୁଲ  ପାଖ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସ୍ଥାନୀୟ ଲୋକଙ୍କୁ ସମ୍ବୋଧିତ କରିଥିଲେ  । ଆଜିର ଏହି ଗସ୍ତରେ କଟକ ଜିଲ୍ଲାର ପ୍ରଥମ ତଥା ଓଡ଼ିଶାର ଅନ୍ୟତମ ବୃହତ ମେଗା ପାନୀୟ ଜଳ ପ୍ରକଳ୍ପର ବିଧିବଦ୍ଧଭାବେ ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ବଡ଼ମ୍ବା ଓ ନରସିଂହପୁର ବ୍ଲକର ୭୩ଟି ଗ୍ରାମପଞ୍ଚାୟତର ସମସ୍ତ ଅଧିବାସୀ ଉପକୃତ ହେବେ । ତେବେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମୋଟ୍ ୨୭୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସେପଟେ କିଡନୀ ତଥା ଅନ୍ୟାନ୍ୟ ଜଳଜନିତ ରୋଗ ଏବଂ ପାଇପ୍ ଜଳ ଯୋଗାଣରୁ ବଞ୍ଚିତ ହେଉଥିବା ସମସ୍ତ ସ୍ଥାନୟ ବାସିନ୍ଦାଙ୍କ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।