ଓଡିଆନ୍ ନ୍ୟୁଜ

139

ଉଲସୁରେଇ କନ୍ୟା ଆଶ୍ରମର ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

Team Odian News |

ଉଲସୁରେଇ କନ୍ୟା ଆଶ୍ରମର ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ 
ସୁନ୍ଦରଗଡ଼,୨୪/୨ (ଓଡ଼ିଆନ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍‌ ଉଲସୁରେଇ କନ୍ୟା ଆଶ୍ରମର ଛାତ୍ରୀ ଅସୁସ୍ଥ। ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲହୁଣୀପଡ଼ା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଶୁକ୍ରବାର ମାଟ୍ରିକ୍‌ ପରୀକ୍ଷା ଦେଇ ଆସିବାପରେ ପେଟ କାଟିଥିଲା। ଏକ ଟିମ୍‌ ସ୍କୁଲ ଯାଇ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ ବି ସେମାନେ ଭଲ ହୋଇନଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।