ଓଡିଆନ୍ ନ୍ୟୁଜ

167

ବିମାନ ଅପହରଣ ନେଇ ସତର୍କ ସୂଚନା:ଭୁବନେଶ୍ୱର ବିମାନ ବନ୍ଦରରେ ବଢ଼ିଲା ସୁରକ୍ଷା

Team Odian News |

ବିମାନ ଅପହରଣ ନେଇ ସତର୍କ ସୂଚନା:ଭୁବନେଶ୍ୱର ବିମାନ ବନ୍ଦରରେ ବଢ଼ିଲା ସୁରକ୍ଷା 


ଭୁବନେଶ୍ୱର,୨୪/୨(ଓଡ଼ିଆନ ନ୍ୟୁଜ): ବିମାନ ଅପହରଣ ନେଇ ମିଳିଛି ସତର୍କ ସୂଚନା। ଏହା  ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ମୁମ୍ବାଇ ସ୍ଥିତ ଏୟାରପୋର୍ଟ ଅପରେସନ୍ କଂଟ୍ରୋଲ ସେଂଟରରୁ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣ ନେଇ ସତର୍କ ସୂଚନା ଜାରି କରାଯାଇଛି । ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ତାନ ନେବାକୁ ଧମକ ମିଳିବା ପରେ ଦେଶର ସବୁ ବିମାନ ବନ୍ଦରକୁ ସତର୍କ ସୂଚନା ଜାରି କରାଯିବା ସହ ସୁରକ୍ଷା କଡାକଡି କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପ୍ରବେଶ ପଥରେ କଡା ଚେକିଂ କରାଯିବା ସହ ଯିବାଆସିବା କରୁଥିବା ଯାନବାହାନ  ଯାଞ୍ଚ କରାଯିବା ସହ ଯାତ୍ରୀ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ସତର୍କ ନଜର ରଖାଯାଇଛି । କାର ବୋମା ବିସ୍ପୋରଣ ଆଶଙ୍କାରେ ଗାଡି ପାର୍କିଂ ଏରିଆରେ ବି ଯାଂଚ୍ କରାଯାଉଛି । ବିମାନ ବନ୍ଦର ମୁଖ୍ୟ ଗେଟରେ ସେହିପରି ଯାତ୍ରୀଙ୍କ ଜିନିଷ ପତ୍ର ଏବଂ କାର୍ଗୋ ଟର୍ମିନାଲରେ ବି ସୁରକ୍ଷା ବଢାଇ ଦିଆଯାଇଛି । ବିମାନ ବନ୍ଦରର ପ୍ରତ୍ୟକ ସ୍ଥାନକୁ ସିସିଟିଭି ଦ୍ୱାରା ନଜର ରଖାଯାଇଛି ।