ଓଡିଆନ୍ ନ୍ୟୁଜ

152

ପଣ୍ଡ ହେଲା ବିମାନ ଅପହରଣ

Team Odian News |

 ପଣ୍ଡ ହେଲା ବିମାନ ଅପହରଣ
ଢାକା୨୫/୨ (ଓଡ଼ିଆନ ନ୍ୟୁଜ): ପଣ୍ଡ ହେଲା ବିମାନ ଅପହରଣ। ବାଂଲାଦେଶରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବିମାନ ଅପହରଣ ଉଦ୍ୟମକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ସନ୍ଦିଗ୍ଧ ବ୍ୟକ୍ତି ଯିଏକି ଅପହରଣ ପାଇଁ ଉଦ୍ୟମ କରିଥିଲେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଗତକାଲି ବାଂଲାଦେଶ ଏୟାରଲାଇନ୍ସର  BG-୧୪୭ ବିମାନକୁ ଅପହରଣ କରିବାକୁ ଜଣେ ବନ୍ଧୁକଧାରୀ ଉଦ୍ୟମ କରିଥିଲେ। ଏହା ଢାକାରୁ ଭାୟା ଚତ୍ତୋଗ୍ରାମ୍‌ ଦେଇ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଫଳରେ ଚତ୍ତୋଗ୍ରାମ୍‌ ବିମାନବନ୍ଦରରେ ଗତକାଲି ଅପରାହ୍ଣ ପାଖାପଖି ୫ଟା ୪୦ ମିନିଟ୍‌ରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।