ଓଡିଆନ୍ ନ୍ୟୁଜ

134

ପାକିସ୍ତାନ ଉପରେ ବାୟୁସେନାର ଆକ୍ରମଣ

Team Odian News |

ପାକିସ୍ତାନ ଉପରେ ବାୟୁସେନାର ଆକ୍ରମଣ
ନୂଆଦିଲ୍ଲୀ,26/2(OMN): ଫେବ୍ରୁଆରି ୨୬ ତାରିଖରେ ପୁଲଓ୍ଵାମା ଆକ୍ରମଣର କଡା ଜବାବ ଭାରତ ଦେଇଛି। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ବହୁ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ  ଭୋର ୩ଟା ୩୦ ମିନିଟ୍‌ ସମୟରେ ପ୍ରବେଶ କରି ବୋମା ମାଡ଼ କରିଥିଲେ। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ୧୬ଟି ମିରେଜ୍‌ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ଅପରେସନ୍‌। ଆସନ୍ତୁ ଜାଣିବା କିପରି ବାୟୁସେନାର ଅପରେସନ୍‌ ଆରମ୍ଭ ହୋଇଥିଲା। କେଉଁ ବିମାନ ଦେଶର କେଉଁ ବିମାନଘାଟିରୁ ପାକସୀମାକୁ ଭେଦ କରି ଆକାଶୀ ଆକ୍ରମଣରେ ସାମିଲ ହୋଇଥିଲା।ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ଥିବା କେତେକ ଆତଙ୍କବାଦୀ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରାଯାଇଛି । ଭାରତୀୟ ବାୟୁସେନା ମିରାଜ ୨୦୦୦  ଲଢୁଆ ବିମାନଗୁଡ଼ିକ ପ୍ରାୟ ୧ ହଜାର କିଲୋଗ୍ରାମର ବୋମା ପକାଇଛନ୍ତି ।  ଏସବୁ ବୋମା ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧.୭ କୋଟି ଟଙ୍କା ହେବ ବୋଲି ଅଟକଳ କରାଯାଇଛି  । କେବଳ ବୋମା ନୁହେଁ ମିରାଜ ବିମାନରେ କେତେକ ମିସାଇଲ ମଧ୍ୟ ଖଞ୍ଜା ଯାଇଥିଲା । 

ସେହିପରି ପାକିସ୍ତାନ ମଧ୍ୟକୁ ଯାଇଥିବା ୧୨ଟି ମିରାଜ ୨୦୦୦ ବିମାନର ମୋଟ ମୂଲ୍ୟ ପ୍ରାୟ ୨୫୬୮ କୋଟି ଟଙ୍କା ହେବ । ଅନ୍ୟପକ୍ଷରେ ଏହି ଅପରେସନ ପାଇଁ ଆହୁରି କେତେକ ବିମାନ ପ୍ରସ୍ତୁତ କରି ରଖାଯାଇଥିଲା । ଏଗୁଡିକର ମୂଲ୍ୟ ପ୍ରାୟ ୩୬୮୬ କୋଟି ଟଙ୍କା ହେବ । ସେହିପରି ଶତ୍ରୁର ବିମାନ ଉପରେ ନଜର ରଖିବା ପାଇଁ ପ୍ରାୟ ୧୭୫୦ କୋଟି ଟଙ୍କାର ଆଓ୍ଵାକସ ସିଷ୍ଟମ ରଖାଯାଇଥିଲା । ଏହାଛଡା ୮୦ କୋଟି ଟଙ୍କାର ଏକ ଡ୍ରୋନ ଓ ୨୨ କୋଟି ଟଙ୍କାର ରିଫିଲଂ ଟ୍ୟାଙ୍କର ରଖାଯାଇଥିଲା । ବାୟୁସେନାର ୩ଟି ସ୍କ୍ଵାଡ୍ରନ୍‌ରୁ ୧୬ ମିରେଜ୍‌ ୨୦୦୦ ବିମାନ ଅପରେସନରେ ସାମିଲ୍‌ ହୋଇଥିଲା। ଟାଇଗର ସ୍କ୍ଵାଡ୍ରନ୍‌ରୁ ୧, ବାଟଲେ ଏକ୍ସିସ୍‌ରୁ ୭ ଓ ଓ୍ଵଲଫ୍‌ ପେକ୍‌ରୁ ୮ ଗ୍ଵାଲିୟର ଯୁଦ୍ଧ ବିମାନ ଘାଟି ରାତି ପାଖାପାଖି ୨ଟାରେ ପାକିସ୍ତାନ ଜୈସ୍‌-ଇ-ମହମ୍ମଦ କ୍ୟାମ୍ପ ଧ୍ୱଂସ ପାଇଁ ନିଜ ଲକ୍ଷ୍ୟ ପଥରେ ଉଡିଥିଲେ। ୬ଟି ଯୁଦ୍ଧ ବିମାନ ମଧ୍ୟରୁ ଦୁଇରୁ ତିନି ଯୋଡାକୁ ସଠିକ୍‌ ଲକ୍ଷ୍ୟ ଲଗାଇବା ପାଇଁ ନାମିତ କରାଯାଇଥିଲା। ପାକିସ୍ତାନର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଲେଜର ପେଡସ୍‌ ଉପଯୋଗ କରିଥିଲା ବାୟୁସେନା।