ଓଡିଆନ୍ ନ୍ୟୁଜ

102

ମୋତେ ଏ ମାଟିର ରାଣ। ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି

Team Odian News |

ମୋତେ ଏ ମାଟିର ରାଣ। ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି
ରାଜସ୍ଥାନ,26/2(OMN): ଏଲଓସିରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ରାଜସ୍ଥାନ ଚୁରୁରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ରହିଛି।
ମୋତେ ଏ ମାଟିର ରାଣ। ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି। ଦେଶ ଠାରୁ ବଳି ଆଉ କୌଣସି ଜିନିଷ ବଡ଼ ନୁହେଁ ବୋଲି ମୋଦି କହିଛନ୍ତି।ସୂଚନା ଯେ, ଆଜି ଭୋର ୩ଟା ୩୦ରେ ମିରାଜ୍‌ ଫାଇଟର ଜେଟ୍‌-୨୦୦୦ ଦ୍ୱାରା ଏଲଓସି ସେପଟେ ଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନା। ରାତି ଅଧରେ ବାୟୁସେନାର ଜୋରଦାର ଆକ୍ରମଣରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ନିୟନ୍ତ୍ରଣ କକ୍ଷ ସଂପୂର୍ଣ୍ଣ ଧ୍ୱଂସ ହୋଇଛି।ଏଥିରେ ୩ଶହରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି। ଭାରତର ପୁଲୱାମା ଆକ୍ରମଣର ଏହା ଉଚିତ୍‌ ପ୍ରତିଶୋଧ ଭାବେ ଦେଶବ୍ୟାପି ଦେଖାଦେଇଛି ଉତ୍ସାହ। ପ୍ରତି ଭାରତୀୟ ମନରେ ଏକ ଅପୂର୍ବ ଜୋଶ୍‌ ଭରିଯାଇଛି। ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ , ଏହି ଆକ୍ରମଣର ଉଚିତ୍‌ ଜବାବ ଖୁବ୍‌ ଶୀଘ୍ର ଦିଆଯିବ।