ଓଡିଆନ୍ ନ୍ୟୁଜ

159

‘ପିରିୟଡ଼-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର

Team Odian News |

‘ପିରିୟଡ଼-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର
ଲସ୍‌ ଏଞ୍ଜେଲ୍ସ,26/2(OMN):  ଫିଲ୍ମ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଉଥିବା ଓସ୍କାର ପୁରସ୍କାର ଘୋଷଣା ହୋଇଛି। ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ରାମି ମାଲେକ୍‌ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଦି ଫେଭରେଟ  ପାଇଁ ଓଲିଭିଆ କୋଲମ୍ୟାନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।
ଶ୍ରେଷ୍ଠ ଫିଲ୍ମ ଭାବେ ‘ଗ୍ରୀନ୍ ବୁକ୍‌’ ଓସ୍କାର ବିଜୟୀ ହୋଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ହାତେଇଛନ୍ତି ଆଲଫୋନ୍ସ କୋରନ୍। ଏଥିସହ ନିର୍ଦ୍ଦେଶନା ଓ ବିଦେଶୀ ଫିଲ୍ମ ବିଭାଗରେ ମଧ୍ୟ ଆଲଫୋନ୍ସ ପୁରସ୍କୃତ ହୋଇଛନ୍ତି।ଆଲୋଫୋନସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରୋମା’ ୩ଟି ପୁରସ୍କାର ପାଇଛି।  ଆନିମେଟନ ଫିଲ୍ମ ପାଇଁ ‘ସ୍ପାଇଡର ମ୍ୟାନ୍- ଇନ ଟୁ ଦ ସ୍ପାଇଡର ଭର୍ସ’ ପୁରସ୍କୃତ ହୋଇଛି।ଭାରତୀୟ ଫିଲ୍ମ ‘ପିରିୟଡ’, ଏଣ୍ଡ ଅଫ୍ ସେଣ୍ଟେନ୍ସ’ ଶ୍ରେଷ୍ଠ ସର୍ଟ ଡକ୍ୟୁମେଣ୍ଟାରୀ ଭାବେ ପାଇଛି ଓସ୍କାର। ଏହାର ପ୍ରଯୋଜକ ହେଉଛନ୍ତି ଗୁନିତ୍ ମୋଙ୍ଗା।  ଉତ୍ତର ପ୍ରଦେଶ ହାପୁଡ୍‌ରେ ରହୁଥିବା ମହିଳାଙ୍କ ଜୀବନୀ ଉପରେ ତିଆରି ହୋଇଛି ଏହି ସର୍ଟ ଡକ୍ୟୁମେଣ୍ଟାରୀ। ମହିଳାମାନେ ଋତୁସ୍ରାବ ବେଳେ କିପରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତାହା ଏହି ଫିଲ୍ମରେ ଦର୍ଶାଯାଇଛି।ଏଥିସହ ପାଡ୍‌ମ୍ୟାନ୍ ଅରୁଣାଚଳମ୍ ମୁରୁଗାନାଥନମ୍ ଲୋକମାନଙ୍କ ଟାହିଟାପରାକୁ ଖାତିର ନକରି ଗାଁରେ କିପରି ମେସିନ୍ ମାଧ୍ୟମରେ ସାନିଟାରି ନାପକିନ୍ ପ୍ରସ୍ତୁତ କରିଥିଲେ ତାହା ଦର୍ଶାଯାଇଛି। ଏବେ ବି ମହିଳାମାନଙ୍କୁ ଋତୁସ୍ରାବ ବେଳେ ବିଭିନ୍ନ କୁସଂସ୍କାର ରହିଥିବା ଏଥିରେ ଦର୍ଶାଯାଇଛି।

ଓସ୍କାର ପୁରସ୍କାର ଘୋଷଣା ହେବା ପରେ ସେଠାରେ ଖେଳିଯାଇଛି ଖୁସିର ଲହରୀ। ସେମାନଙ୍କ ଜୀବନୀକୁ ନେଇ ଏପରି ଫିଲ୍ମ ନିର୍ମାଣ କରାଯାଇଥିବାରୁ ସେମାନେ ବେଶ ଗର୍ବିତ ହୋଇଛନ୍ତି। ପ୍ରଯୋଜକ ଗୁନିତ ମୋଙ୍ଗା ପୁରସ୍କାର ପାଇବା ପରେ ସବୁ ମହିଳାଙ୍କର ବିଜୟ ହୋଇଛି ବୋଲି ଟ୍ୱିଟ୍ କରିଛନ୍ତି।