ଓଡିଆନ୍ ନ୍ୟୁଜ

171

ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ତୀବ୍ର: ଏକାଠି ହେଲେ ବିରୋଧୀ ଦଳ

Team Odian News |

ନୂଆଦିଲ୍ଲୀ,୨୮/୨ (ଓଡ଼ିଆନ ନ୍ୟୁଜ): -ପାକ୍ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଏ ପ୍ରସଙ୍ଗ ନେଇ ଆଜି ସଂସଦରେ ଏକାଠି ହୋଇଛନ୍ତି ୨୧ଟି ବିରୋଧୀ ରାଜନୈତିକ ଦଳର ନେତା। ଏଭଳି ସ୍ଥିତିରେ ସମସ୍ତ ବିରୋଧୀ ଦଳ ଦେଶବାସୀଙ୍କ ସାଙ୍ଗରେ ଥିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ଭାରତୀୟ ବାୟୁସେନା କାର୍ଯ୍ୟାନୁଷ୍ଠାନ ବେଳେ ଜଣେ ପାଇଲଟ୍‌ ନିଖୋଜ ହୋଇଥିବାରୁ ଏଥିପାଇଁ ଗଭୀର ଉଦବେଗ ପ୍ରକାଶ କରାଯାଇଥିଲା।ସେହିପରି ଯବାନଙ୍କ ବଳିଦାନକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏଭଳି ସ୍ଥିତିରେ ବିରୋଧୀ ଦଳମାନଙ୍କୁ ମୋଦି ସରକାର ବିଶ୍ୱାସକୁ ନେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶର ଅଖଣ୍ଡତା, ସଂହତି ଓ ସାର୍ବଭୌମତ୍ୟ ରକ୍ଷା ସହ ଶତ୍ରୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଦେଶବାସୀଙ୍କୁ ସାଙ୍ଗରେ ନେବାକୁ ବୈଠକରେ ମତ ପ୍ରକାଶ ପାଇଛି।