ଓଡିଆନ୍ ନ୍ୟୁଜ

114

ଶତ୍ରୁ ବିରୋଧରେ ଲଢିବା ଲାଗି ସାରା ଦେଶ ଏକାଠି -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Team Odian News |

ଶତ୍ରୁ ବିରୋଧରେ ଲଢିବା ଲାଗି ସାରା ଦେଶ ଏକାଠି -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨୮/୨(ଓଡ଼ିଆନ ନ୍ୟୁଜ):  ‘ଶତ୍ରୁ ଆମକୁ ବିଭେଦ କରିବାକୁ ଚେଷ୍ଟା କରୁଛି। ଆମ ଉପରେ ଆତଙ୍କବାଦୀ ଆକ୍ରମଣ କରୁଛି। ଭାରତ ଏବେ ବିକାଶ ପଥରେ ବଢ଼ିବାରେ ଲାଗିଛି। ତେଣୁ ଶତ୍ରୁ ଏହି ବିକାଶ ଧାରାରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏହି ଶତ୍ରୁ ବିରୋଧରେ ଲଢିବା ଲାଗି ସାରା ଦେଶ ଏକାଠି ହେବା ଦରକାର। ଭାରତୀୟ ସେନା ଉପରେ ଆମର ବିଶ୍ୱାସ ରହିଛି। ଶତ୍ରୁ ପକ୍ଷ ଚାହିଁଲେ ବି ଆମର କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆଜି ସାରା ଦେଶର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।‘ଦେଶ ଭିତରେ ଓ ସୀମାରେ ଦିନରାତି ଏକାଠି କରି ନିଜ ବୀରତ୍ୱ ପ୍ରକାଶ କରୁଥିବା ବୀର ଯବାନଙ୍କ ପ୍ରତି ଆମେ କୃତଜ୍ଞ। ସେମାନେ ଅଛନ୍ତି ବୋଲି ଆମ୍ଭେ ଅଛୁ। ରାଷ୍ଟ୍ର ନିର୍ମାଣର ଏହି ମହାଯଜ୍ଞରେ ଯିଏ ଯେଉଁ ଦାୟିତ୍ୱ ସହ ଏକଜୁଟ୍‌ ହୋଇଛନ୍ତି, ସେମାନେ ପୂରା ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନା କରି ଚାଲନ୍ତୁ। ପୂର୍ବ ଅପେକ୍ଷା ଅଧିକ କାମ କରନ୍ତୁ। ଦେଶର ପ୍ରଗତି ପଥରେ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ିବା ପାଇଁ’ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇ ଦେଶବାସୀଙ୍କୁ ଏହା କହିଛନ୍ତି।

‘ଭାରତ ଏକ ହୋଇ ରହିବ। ଭାରତ ଏକ ହୋଇ କାର୍ଯ୍ୟ କରିବ। ଭାରତ ଏକ ହୋଇ ପ୍ରଗତି କରିବ। ଆଉ ଭାରତ ଏକ ହୋଇ ଲଢ଼ିବ, ଜିତିବ ମଧ୍ୟ’ ବୋଲି ମୋଦି କହିଛନ୍ତି।