ଓଡିଆନ୍ ନ୍ୟୁଜ

181

ଆସନ୍ତାକାଲି ମୁକ୍ତ ହେବ ଭାରତୀୟ ପାଇଲଟ୍ !

Team Odian News |

ଆସନ୍ତାକାଲି ମୁକ୍ତ ହେବ ଭାରତୀୟ ପାଇଲଟ୍ !
ନୂଆଦିଲ୍ଲୀ,୨୮/୨(ଓଡ଼ିଆନ ନ୍ୟୁଜ) :  ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବ ପାକିସ୍ତାନ । ଏନେଇ ପାକିସ୍ତାନ ସଂସଦରେ ଘୋଷଣା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆମେ ଶାନ୍ତି ଚାହୁଁଛୁ, ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।  ଭାରତୀୟ ପାଇଲଟକୁ ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ହସ୍ତାନ୍ତର କରିବ ପାକିସ୍ତାନ । ତେବେ ଗତକାଲି ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବା ପରେ ସମସ୍ତ  ଭାରତୀୟଙ୍କ ମନରେ ଛନକା ପଶିଥିଲା । କିପରି ଅଭିନନ୍ଦନ ଭାରତ ଫେରିଲେ ସମସ୍ତେ ଚିନ୍ତିତ ହୋଇପଡ଼ିଥିଲେ ।ସୂଚନାଯୋଗ୍ୟ ଗତକାଲି ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ପାକିସ୍ତାନ ମାଟିରେ ପଡିଯାଇଥିଲେ ପାଇଲଟ ଅଭିନନ୍ଦନ ବର୍ଥମାନ । ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା ପାକ ସେନା । ଶତ୍ରୁ ପକ୍ଷ ହାତରେ ଧରାପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହଡବଡେଇ ଯାଇ ହତାଶ ହେଉନାହାନ୍ତି କି ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା କରିନଥିଲେ । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭୀକତାର ବଡ ଉଦାହରଣ ଦେଖାଇଥିଲେ ଅଭିନନ୍ଦନ ।