ଓଡିଆନ୍ ନ୍ୟୁଜ

151

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

Team Odian News |

ଶ୍ରୀନଗର:୨୮/୨(ଓଡ଼ିଆନ ନ୍ୟୁଜ) ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ପୁଞ୍ଝ ଜିଲ୍ଲାର କ୍ରିଷ୍ଣା ଘାଟି ସେକ୍ଟର୍‌ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଏଲ୍‌ଓସିରେ ପ୍ରବଳ ଗୁଳିମାଡ଼ କରାଯିବା ସହିତ ମୋର୍ଟାର ମାଡ଼ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ୬ଟାରୁ ଗୁଳିମାଡ଼ ଆରମ୍ଭ କରିଥିଲା ପାକିସ୍ତାନ।ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି। ତେବେ ଭାରତର ପ୍ରତି ଆକ୍ରମଣରେ ଉଭୟ ପଟୁ ହୋଇଥିବା ଗୁଳିବର୍ଷଣ ସକାଳ ୭ଟାରେ ବନ୍ଦ ହୋଇଥିଲା। ଏଲ୍‌ଓସି ପାଖାପାଖି ଜମ୍ମୁ ଓ କଶ୍ମୀରର ସମସ୍ତ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ଘରରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି।