ଓଡିଆନ୍ ନ୍ୟୁଜ

121

ଫେରିଲେ ଅଭିନନ୍ଦନ, ସାରା ଭାରତରେ ଅଭିନନ୍ଦନ

Team Odian News |

ଫେରିଲେ ଅଭିନନ୍ଦନ, ସାରା ଭାରତରେ ଅଭିନନ୍ଦନ
ୱାଘା,୧ା୩( ଓଡ଼ିଆନ୍‍ ନ୍ୟୁଜ୍‍):  ଆଜି ଅପରାହ୍ନ ୪ଟାରେ ବାୟୁସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ ଦେଶକୁ ଫେରିବେ ବୋଲି ସୂଚନା ରହିଥିଲା। ଶୁକ୍ରବାର ପୂର୍ବାହ୍ନରେ ଇସ୍‌ଲାମବାଦ୍‌ରୁ ଅଭିନନ୍ଦନଙ୍କୁ ଲାହୋର ଅଣାଯାଇଥିଲା। ଲାହୋରରୁ ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ ଅଭିନନ୍ଦନଙ୍କୁ ଓ୍ଵାଘା ସୀମାକୁ ଅଣାଯାଇଥିଲା। ଓ୍ଵାଘା ସୀମାରେ ସରକାରୀ ଔପଚାରିକତା ପୂରଣ ପରେ ଅଭିନନ୍ଦନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଠାରେ ଚାଲିଥିବା କିଛି ପ୍ରକ୍ରିୟା ପାଇଁ ଅଭିନନ୍ଦନଙ୍କ ଦେଶକୁ ଫେରିବା ବିଳମ୍ବ ହେଉଛି। ରାତି ସାଢ଼େ ଆଠ ସୁଦ୍ଧା ଜନ୍ମଭୂମିରେ ଅଭିନନ୍ଦନ ପାଦ ରଖିବେ ବୋଲି ଆଶା  ଥିଲା   ହେଲେ ରାତି ୯ଟା ୩୦ ମିନିଟିରେ ଭାରତ ମାଟିରେ ପାଦଦେଇଥିଲେ  ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ  । ଏହି ଖବର ଜଣାପଡ଼ିବା ପରେ ସାରା ଦେଶରେ ଆନନ୍ଦର ଲହରି ଖେଳିଯାଇଛି  । ଅଭିନନ୍ଦନଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ବସାଇ ଦିଲ୍ଲୀ ଅଭିମୁଖେ ନିଆଯାଇଛି  । ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଭେଟିବେ ବୋଲି ଜଣାଡପଡ଼ିଛି  ।  

ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବାରେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଦେଖାଇଥିବା ବୀରତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା। ମିଗ୍-୨୧ରେ ପାଟ୍ରୋଲିଂ କରୁଥିଲେ ମଧ୍ୟ ଅଭିନନ୍ଦନ ନିଜ ଅପୂର୍ବ ରଣ ଦକ୍ଷତା ପ୍ରଦର୍ଶନ କରିବା ସହ ପାକିସ୍ତାନର ଅତ୍ୟାଧୁନିକ ୠ-୧୬ ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିଲେ। ଫଳରେ ଭାରତୀୟ ସୀମାରେ ଆକ୍ରମଣ ଉଦ୍ୟମ କରୁଥିବା ଅନ୍ୟ ପାକିସ୍ତାନ ଜେଟ୍ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ।ପାକିସ୍ତାନରୁ ଆସି ଓ୍ଵାଘା ସୀମାରେ ପହଞ୍ଚି ସାରିଥିବା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ ଏଯାବତ୍‌ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟାର୍ପିତ ହୋଇ ପାରିନାହାନ୍ତି। ପାକିସ୍ତାନ ଅଭିନନ୍ଦନଙ୍କୁ ଅଟ୍ଟାରୀ ସୀମାରେ ପହଞ୍ଚି ଥିଲେ ମଧ୍ୟ ଆନ୍ତର୍ଜାତିକ ପ୍ରତ୍ୟାର୍ପଣ ପ୍ରକ୍ରିୟାରେ ବିଳମ୍ବ ହେତୁ  ସରକାରୀ ଭାବେ ଭାରତରେ ଏଯାଏ ପାଦ ରଖିପାରିନାହାନ୍ତି ବାୟୁ ବୀର। କେତେକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଅଭିନନ୍ଦନ ଦେଶକୁ ଫେରି ଆସିଛନ୍ତି ବୋଲି ପ୍ରକାଶ କରାଯାଇଥିଲେ ମଧ୍ୟ ବାସ୍ତବରେ ସେ ଏ ଯାଏ ବିଧିବଦ୍ଧ ପ୍ରତ୍ୟାର୍ପିତ ହୋଇ ପାରିନାହାନ୍ତି ବୋଲି ଜାଣିବାକୁ ମିଳିଛି।