ଓଡିଆନ୍ ନ୍ୟୁଜ

193

ବାବା ଓ ଚେଲାଙ୍କୁ ନିସ୍ତୁକ ମାଡ଼

Team Odian News |

ବାବା ଓ ଚେଲାଙ୍କୁ ନିସ୍ତୁକ ମାଡ଼
ବାଲେଶ୍ୱର୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ବାଲେଶ୍ୱର ଜିଲ୍ଲା ମାଣିପୁର ପଞ୍ଚାୟତର ଖୁଣ୍ଟା ବୁଲୁଣିଆ ଗ୍ରାମରେ ଜଣେ ବାବାଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି । ଏହି ଗ୍ରାମର ସୁଶିଲା ଖିଲାର ତାଙ୍କ ବୋହୁକୁ ଝଡାଫୁଙ୍କା କରିବା ପାଇଁ ଜଣେ ତାନ୍ତ୍ରିକକୁ ଡକାଇଥିଲେ । ଦୀର୍ଘ ଦିନ ହେବ ବୋହୁକୁ ଜ୍ୱର ହୋଇଥିବାରୁ ଓ ତାହା ଭଲ ହେଉ ନ ଥିବାରୁ ଶାଶୁ ତାନ୍ତ୍ରିକ ମଧୁସୂଦନ ନାୟକଙ୍କୁ ଡକାଇଥିଲେ । ଝଡାଫୁଙ୍କା ପରେ ବୋହୁ ଭଲ ହୋଇଯାଇଥିଲା । କିନ୍ତୁ ଶାଶୁ ସୁଶିଲା ଖିଲାରଙ୍କ ମୃତ୍ୟୁ ଘଟିଥିଲା । ବାବାର ଗୁଣି ଗାରେଡିରେ ଶାଶୁଙ୍କର ମୃତ୍ୟୁ ଘଟିଥବବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ । ରବିବାର ସକାଳୁ ବାବା ଲୁଚି ପଳାଉଥିବା ବେଳେଗ୍ରାମବାସୀମାନେ ତାକୁ ଓ ତା’ର ଚେଲାକୁ ଧରି ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି ।