ଓଡିଆନ୍ ନ୍ୟୁଜ

192

ୱିଙ୍ଗ କମାଣ୍ଡର୍ ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

Team Odian News |

ୱିଙ୍ଗ କମାଣ୍ଡର୍ ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨/୩( ଓଡ଼ିଆନ୍‍ ନ୍ୟୁଜ୍‍): ପାକିସ୍ତାନ ଫେରିବା ପରେ ଦିଲ୍ଲୀସ୍ଥିତି ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଡାକ୍ତରଖାନାରେ ଅଭିନନ୍ଦନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ନିର୍ମଳା।

ଏଥିସହିତ ତାଙ୍କର ସାହସୀକତା ଓ ଦୃଢ଼ ପ୍ରତିବଦ୍ଧତା ପାଇଁ ପୂରା ଦେଶ ତାଙ୍କ ଉପରେ ଗର୍ବ କରୁଛି ବୋଲି ନିର୍ମଳା ଅଭିନନ୍ଦନଙ୍କୁ କହିଥିଲେ। ଏହି ଅବସରରେ ଅଭିନନ୍ଦନ ମଧ୍ୟ ପାକିସ୍ତାନରେ ବିତିଥିବା ସମସ୍ତ ଘଟଣା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜଣାଇଥିଲେ।ଗତ କାଲି ପାକିସ୍ତାନରୁ ଆସିବା ସମୟରେ ନୀଳ ବ୍ଲେଜର ଏବଂ ଧଳା ଶାର୍ଟ ପିନ୍ଧିଥିବା ପାଇଲଟ ଅଭିନନ୍ଦନ ଆଜି ହସ୍ପିଟାଲରେ ୟୁନିଫର୍ମରେ ଥିଲେ।

ସେ ବର୍ତ୍ତମାନ ଦିଲ୍ଲୀ ଠାରେ ୩ ସେବାର ପାଇଲଟଙ୍କ ପାଇଁ ଉଦ୍ଦିଷ୍ଟ ଏୟାର ଫୋର୍ସ ସେଣ୍ଟ୍ରାଲ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟରେ ଅଛନ୍ତି। ଆସନ୍ତା ରବିବାର ଯାଏ ତାଙ୍କର ଟେଷ୍ଟ ଚାଲୁ ରହିବ। ଏହା ସରିବା ପରେ ତାଙ୍କୁ ବାୟୁସେନା ପକ୍ଷରୁ ପଚରାଉଚରା କରାଯିବାର ଅଛି।
ଆଜି ସକାଳେ କିଛି ସେନା ଅଧିକାରୀ ଏବଂ ତାଙ୍କ ବାପା ମା ଅଭିନନ୍ଦନଙ୍କୁ ଭେଟିଥିଲେ।