ଓଡିଆନ୍ ନ୍ୟୁଜ

122

ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର୍‌: ୬୦ ଘଣ୍ଟାରେ ୫ ସୁରକ୍ଷାକର୍ମୀ ସହିଦ

Team Odian News |

ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର୍‌: ୬୦ ଘଣ୍ଟାରେ ୫ ସୁରକ୍ଷାକର୍ମୀ ସହିଦ
ଶ୍ରୀନଗର,୩/୩( ଓଡ଼ିଆନ୍‍ ନ୍ୟୁଜ୍‍): ଜମ୍ମୁ ଓ କଶ୍ମୀର କୁପୱାଡ଼ା ଜିଲ୍ଲାରେ ତିନି ଦିନ ଧରି ଜାରି ରହିଛି ଆଣ୍ଟି ଟେରୋରିଷ୍ଟ ଅପରେସନ୍। କୁପୱାଡ଼ା ଜିଲ୍ଲାର ବଡ଼ଗାମ ଓ ହଣ୍ଡୱାରାରେ ସିଆର୍‌ପିଏଫ୍, ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍‌ କରାଯିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ତଦନ୍ତ କରି ଯାଞ୍ଚ କରାଯାଉଛି। ଏକାଧିକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ କୁପୱାଡ଼ାକୁ ଏକରକମ ସିଲ୍ କରି ଦେଇଛନ୍ତି ସୁରକ୍ଷାବାହିନୀ।ବର୍ତ୍ତମାନ ସୁଦ୍ଧା ତିନି ଜଣ ସିଆର୍‌ପିଏଫ୍ ଓ ଦୁଇ ଜଣ ରାଜ୍ୟ ପୁଲିସ୍ ଅଧିକାରୀ ସହିଦ ହୋଇଛନ୍ତି। ସେପଟେ ଗତକାଲିଠୁ ଆଜି ଯାଏ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି। ରାଜୌରୀ, ଉରି ସେକ୍ଟର୍‌ରେ ପ୍ରବଳ ମୋର୍ଟାର ମାଡ଼ ହୋଇଛି। ଗାୱାହାଲାନ, ଚୋକାସ, କିକର ଓ କାଠି ପୋଷ୍ଟରେ ଗୁଳିମାଡ଼ ଯୋଗୁ ସାଧାରଣଲୋକଙ୍କ ବହୁ ସଂଖ୍ୟାରେ ଘର କ୍ଷତିଗ୍ରସ୍ତ ହୋଇଛି। ଏହାସହ କିଛି ଲୋକ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।