ଓଡିଆନ୍ ନ୍ୟୁଜ

157

ଅଭିନନ୍ଦନଙ୍କ ଭଳି ନିଶ କଟିବା ପାଇଁ ସେଲୁନରେ ଯୁବକଙ୍କ ଭିଡ଼

Team Odian News |

ଅଭିନନ୍ଦନଙ୍କ ଭଳି ନିଶ କଟିବା ପାଇଁ ସେଲୁନରେ ଯୁବକଙ୍କ ଭିଡ଼
ବେଙ୍ଗାଲୁର,୩/୩( ଓଡ଼ିଆନ୍‍ ନ୍ୟୁଜ୍‍):: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବୀରତ୍ୱ ଓ ଦେଶପ୍ରେମ ପାଇଁ ଭାରତ ଆଜି ଗର୍ବିତ। ସୁରକ୍ଷିତ ଭାବେ ସେ ଶତ୍ରୁ ଦେଶର ଫେରିବା ପରେ ପ୍ରକୃତ ହିରୋ ଅଭିନନ୍ଦନ ବୋଲି କୁହାଯାଉଥିବା ବେଳେ ଲୋକମାନେ ଏବେ ତାଙ୍କର ପ୍ରତିଟି ଆଚରଣକୁ ଅନୁକରଣ କରିବାରେ ଲାଗିଛିନ୍ତି।
କେତେକ ଦମ୍ପତି ନିଜ ନବଜାତ ଶିଶୁର ନାମ ଅଭିନନ୍ଦନ ରଖିଥିବା ଥିବା ବେଳେ ସୋସିଆଲ ମିଡିଆରେ ଯୁବକମାନେ ଅଭିନନ୍ଦନଙ୍କ ନିଶ ରଖିବା ଶୈଳୀକୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି।ଏପରି ଏକ ଘଟଣା ବେଙ୍ଗାଲୁରୁ ସାମ୍ନାକୁ ଆସିଛି। ସେଠାକାର ସ୍ଥାନୀୟ ଯୁବକ ମହମ୍ମଦ ଚାନ୍ଦ ସେଲୁନ୍‌ ଯାଇ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ଅବିକଳ ନକଲ କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ସେ ତାଙ୍କର ଜଣେ ବଡ଼ ଫ୍ୟାନ ହୋଇଯାଇଛନ୍ତି ।