ଓଡିଆନ୍ ନ୍ୟୁଜ

120

ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

Team Odian News |

ନୂଆଦିଲ୍ଲୀ, ୪/୩( ଓଡ଼ିଆନ୍‍ ନ୍ୟୁଜ୍‍): : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ।ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍‌ଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି. ସିଂଦେଓ ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ରହି ବୈଜୟନ୍ତଙ୍କୁ ବିଜେପିକୁ ସ୍ୱାଗତ କରିଥିଲେ। ଏହାପରେ ବୈଜୟନ୍ତ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଭେଟିଥିଲେ।