ଓଡିଆନ୍ ନ୍ୟୁଜ

153

ଆସନ୍ତାକାଲି ବିଜେପିରେ ଯୋଗଦେବେ ଅଶୋକ ପାଣିଗ୍ରାହୀ

Team Odian News |

ଆସନ୍ତାକାଲି ବିଜେପିରେ ଯୋଗଦେବେ ଅଶୋକ ପାଣିଗ୍ରାହୀ
ଭୁବନେଶ୍ୱର୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗଦେବେ । ଆସନ୍ତା ୨ତାରିଖରେ ବରଗଡ଼ ଜିଲ୍ଲା ବରପାଲିର ଜଗନ୍ନାଥ ନଗରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏହି କାର୍ୟ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବାର କାର୍ୟ୍ୟକ୍ରମ ରହିଛି। ତେବେ ବିଜେପିରେ ସାମିଲ ହେବା ନିଷ୍ପତ୍ତି ପଛରେ ପ୍ରାର୍ଥୀ ହେବାର ସର୍ତ୍ତ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅଞ୍ଚଳବାସୀ ଓ ସହକର୍ମୀଙ୍କ ପରାମର୍ଶ ଅନୁସାରେ ସେ ବିଜେପିରେ ମିଶୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହେଉଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପରିବାର ଲୋକେ ବିଜେଡିରେ ମିଶିଥିଲେ। ଏହାକୁ ନେଇ ବିଜେପୁର ବିଜେଡିରେ କନ୍ଦଳ ଆରମ୍ଭ ହୋଇଥିଲା। ବିଶେଷକରି ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଦଳର ଏ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଖୋଲାଖୋଲି ଚିଠି ମଧ୍ୟ ଲେଖିଥିଲେ। ୧୩ ବର୍ଷ ଧରି ବିଜୁବାବୁଙ୍କ ନୀତି ଓ ଆଦର୍ଶ ବିରୋଧରେ କାମ କରୁଥିବା ସୁବଳ ସାହୁଙ୍କ ପରିବାର ଲୋକଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ବିଜୁପ୍ରେମୀଙ୍କ ମନରେ କଷ୍ଟ ହୋଇଛି ବୋଲି ସେ ଚିଠିରେ ଲେଖିବା ସହ ଏହି କାରଣରୁ ସେ ଦଳ ସହ ସଂପର୍କ ତୁଟାଇଥିବା ଉଲ୍ଲେଖ କରିଥିଲେ। ୨୦୧୪ ନିର୍ବାଚନରେ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ୟ୍ୟଙ୍କୁ ହରାଇବାକୁ ଦଳ ଭିତରେ ଷଡଯନ୍ତ୍ର ହୋଇଥିବା ନେଇ ସେ ଗୁମର ଖୋଲିଥିଲେ । ସ୍ୱର୍ଗତ କଳ୍ପତରୁ ଦାସଙ୍କ ପରାମର୍ଶରେ ସେ ବିଜେପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ରହିଥିବା କଥା ଅଶୋକ କହିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ତଥା ବିଜେଡିରେ କମ୍ପନ ସୃଷ୍ଟି ହୋଇଥିଲା। ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଗଣମାଧ୍ୟମରେ ବିବୃତ୍ତି ଦେବାକୁ ପଡିଥଲା। ସୂଚନା ଯୋଗ୍ୟ ଯେ ୨୦୦୦ରୁ ୨୦୦୪ ପର୍ୟ୍ୟନ୍ତ ସେ ବିଜେପୁରରୁ ବିଜେଡି ବିଧାୟକ ଭାବେ ଦ୍ବାଦଶ ବିଧାନସଭାକୁ ପ୍ରତିନିଧିତ୍ଵ କରୁଥିଲେ।
ଞବଶଗ୍ଦ: