ଓଡିଆନ୍ ନ୍ୟୁଜ

112

କୁମ୍ଭୀର ଆକ୍ରମଣରେ ଆହତ ଭାଗବତ

Team Odian News |

କୁମ୍ଭୀର ଆକ୍ରମଣରେ ଆହତ ଭାଗବତ
 ରାଜନଗର,୭/୩,(ଓଡ଼ିଆନ୍‍ ନ୍ୟୁଜ୍‍) : ଗୁରୁବାର ସକାଳେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ରାଜପୁରଗାଁ’ରେ ଜଣେ ବ୍ୟକ୍ତି କୁମ୍ଭୀର ଆକ୍ରମଣରେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ହେଉଛନ୍ତି ଭାଗବତ ରାଉତ। ସକାଳ ପ୍ରାୟ ୬ଟା ବେଳେ ଭାଗବତ ଗାଁ ପାଖ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଥିବା ଗାଧୁଆ ଘାଟରେ ଗାଧାଉଥିବା ସମୟରେ ଗୋଟାଏ ପ୍ରକାଣ୍ଡ ବଉଳା କୁମ୍ଭୀର ତାଙ୍କ ବାମ ହାତକୁ କାମୁଡ଼ି ଧରିଥିଲା। ଭାଗବତ ଡାହାଣ ହାତରେ ଗାଧୁଆ ଘାଟର ବହ୍ଲାକୁ ଦୃଢ଼ ଭାବେ ଧରି ରହିବାରୁ କୁମ୍ଭୀରଟି ତାଙ୍କୁ ଗଭୀର ପାଣିକୁ ଟାଣି ନେଇ ପାରି ନ ଥିଲା। ପାଖରେ ଥିବା ଅନ୍ୟ ଲୋକେ ଓ ପିଲାମାନେ ଚିତ୍କାର କରିବା ସହ କୁମ୍ଭୀର ଉପରକୁ ଟେକାପଥର ଫିଙ୍ଗିବାରୁ ସେ ଭାଗବତଙ୍କ ହାତ ଛାଡ଼ି ଚାଲିଯାଇଥିଲା।ଗାଧୁଆ ଘାଟକୁ ସୁରକ୍ଷିତ କରାଯିବାକୁ ପୋତା ଯାଇଥିବା ବାଡ଼ର ଗୋଟିଏ ଦୁଇଟି ବହ୍ଲା ଭାଙ୍ଗି ଯାଇଥିବାରୁ ସମ୍ଭବତଃ ପୂର୍ବରୁ ସେଇ ବାଟେ କୁମ୍ଭୀର ଭିତରକୁ ଚାଲି ଆସିଥିଲା।ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରକୁ ନିଆ ଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।