ଓଡିଆନ୍ ନ୍ୟୁଜ

184

୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍

Team Odian News |

୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍
ନୂଆଦିଲ୍ଲୀ, ୮/୩( ଓଡ଼ିଆନ୍‍ ନ୍ୟୁଜ୍‍): ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରଥମ ପ୍ରର‌୍ୟ୍ୟାୟର ତାଲିକାରେ ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଜ୍ୟ ଗୁଜରାଟ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଏସ୍‌ପି-ବିଏସ୍‌ପିଙ୍କ ଦୂଆର ବନ୍ଦ୍ ପରେ ‘ଏକ୍‌ଲା ଚଲୋ’ ନୀତି ଆପଣାଇଛି କଂଗ୍ରେସ।

ଏହି ତାଲିକାରେ କୁହାଯାଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ଆମେଥିରୁ ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ନିଜ ଗଡ଼ ରାଏବରେଲୀରୁ ହିଁ ଲଢ଼ିବେ। ଅଳ୍ପଦିନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ଉତ୍ତରପ୍ରଦେଶରେ ସାଧାରଣ ସମ୍ପାଦକର ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ମା’ଙ୍କ ଆସନ ରାଏବରେଲୀରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ଏହି ଆସନରୁ ସୋନିଆ ଗତ ୫ଥର ଜିତିଆସିଛନ୍ତି। ପ୍ରିୟଙ୍କା ଏଥର ନିର୍ବାଚନରେ ପ୍ରାର୍ଥୀ ହେବେ କି ନାହିଁ ଏବଂ ଯଦି ହେବେ ସେ କେଉଁଠୁ ଲଢ଼ିବେ, ତାହା ଏ ଯାଏ ଜଣାପଡ଼ି ନାହିଁ।ଏହି ତାଲିକାରେ ଗୁଜରାଟରୁ ୫ ଜଣଙ୍କ ନାମ ଘୋଷଣା କରାଯାଇଥିବାବେଳେ ଉତ୍ତରପ୍ରଦେଶରୁ ୧୧ଟି ନାମ ରହିଛି। ପ୍ରମୁଖ ନେତାଙ୍କ ମଧ୍ୟରେ ସଲମାନ ଖୁର୍ସିଦ୍‌ ନିଜ ଅଞ୍ଚଳ ଫରୁଖାବାଦ୍‌ରୁ ଲଢ଼ିବେ ଏବଂ ଆରପିଏନ୍‌ ସିଂହ କୁଶୀ ନଗରରୁ ଲଢ଼ିବେ। ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଶାହରନ୍‌ପୁରରୁ ମୁସଲିମ ବର୍ଗରୁ ଇମ୍ରାନ୍‌ ମାସୁଦଙ୍କ ନାମ ଘୋଷଣା କରିଛ କଂଗ୍ରେସ।

ସେହିଭଳି ଗୁଜରାଟର ଅହମ୍ମଦାବାଦ (ପଶ୍ଚିମ)ରୁ ରାଜୁ ପର୍ମାର, ଆନନ୍ଦ ଆସନରୁ ଭରତ ସିଂହ ଏମ୍‌ ସୋଲାଙ୍କି, ଭଦୋଦରାରୁ ପ୍ରଶାନ୍ତ ପଟେଲ ଏବଂ ସଂରକ୍ଷିତ ଆସନ ଛୋଟା ଉଦୟପୁରରୁ ରଞ୍ଜିତ ମୋହନ ସିଂହ ରଥ୍‌ୱା ଲଢ଼ିବେ।