ଓଡିଆନ୍ ନ୍ୟୁଜ

209

ରେଳ ଧକ୍କାରେ ଆଈ ନାତୁଣୀଙ୍କ ମୃତ୍ୟୁ

Team Odian News |

ରେଳ ଧକ୍କାରେ ଆଈ ନାତୁଣୀଙ୍କ ମୃତ୍ୟୁ
ଭୁବନେଶ୍ୱର୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍):ଭୁବନେଶ୍ୱର: ଭୁବେନଶ୍ୱର ପଟିଆ ଷ୍ଟେସନରେ ଟ୍ରେନ୍‌ରେ କଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଆଈ ଓ ନାତୁଣୀ । ପୁରୀ ଯିବାକୁ ପରିବାରର ୫ଜଣ ସଦସ୍ୟ ଟ୍ରେନ୍ ଲାଇନ ପାରି ହେ‌ଉଥିଲେ। ପରିବାରର ୩ଜଣ ସଦସ୍ୟ ରେଳଲାଇନ ପାରି ହୋଇ ଯାଇଥିଲେ। କିନ୍ତୁ ଆଈ ଓ ନାତୁଣୀ ଯାଇପାରି ନଥିଲେ। ସେମାନଙ୍କୁ ଏକ ଟ୍ରେନ୍‌ ଧକ୍କା ଦେଇଥିଲା। ମୃତକ ଦୁଇଜଣ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର। ସେମାନେ ହେଉଛନ୍ତି ଅଶାନ୍ତି ପଟ୍ଟନାୟକ (୫୦) ଓ ତିତିଲି ପଟ୍ଟନାୟକ (ଦେଢ଼ ବର୍ଷ)। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।