ଓଡିଆନ୍ ନ୍ୟୁଜ

219

ନବୀନଙ୍କ ଉପରେ ବର୍ଷିଲେ ରାହୁଲ, କଂଗ୍ରେସରେ ଯୋଗଦେଲେ ବିଜେପି ମୁଖପାତ୍ର ଜ୍ଞାନଦେବ

Team Odian News |

 ନବୀନଙ୍କ ଉପରେ ବର୍ଷିଲେ  ରାହୁଲ, କଂଗ୍ରେସରେ ଯୋଗଦେଲେ ବିଜେପି ମୁଖପାତ୍ର  ଜ୍ଞାନଦେବ 
 ଜୟପୁର, ୮/୩( ଓଡ଼ିଆନ୍‍ ନ୍ୟୁଜ୍‍): ୪/୫ ଜଣ ଅଫିସର ଓଡ଼ିଶାକୁ ଚଳାଉଛନ୍ତି, ଯାହାର ପୂରା ଫାଇଦା ନବୀନଙ୍କ ବନ୍ଧୁମାନେ ପାଉଛନ୍ତି। ‘ଆମେ ସାଧାରଣ ଜନତାଙ୍କ ସରକାର ତିଆରି କରିବାକୁ ଚାହୁଁଛୁ। ଆପଣଙ୍କ ମନ କଥା ଶୁଣି ସରକାର ଚଳାଇବାକୁ ଚାହୁଁଛୁ।’ ବୋଲି ରାହୁଲ କହିଛନ୍ତି।ଏହା ସହ ରାଜ୍ୟ ସରକାର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ‘‘ଓଡ଼ିଶାରେ, ସବୁ ସମ୍ପଦ ଭରି ରହିଛି। କିନ୍ତୁ ସବୁକିଛି ଆପଣଙ୍କ ଠାରୁ ଛଡ଼ାଇ ନିଆଯାଉଛି। କଂଗ୍ରେସ ସରକାର ଆଣନ୍ତୁ, ଆମେ ଋଣ ଛାଡ଼ କରି ଦେଖାଇବୁ। କଂଗ୍ରେସ ଆସିଲେ ଗରିବ ଛାତ୍ରୀଙ୍କୁ ମିଳିବ ମାଗଣାରେ ଶିକ୍ଷା ଝିଅଙ୍କୁ ବିବାହ କିଟ୍ ମିଳିବ। ବିଧବାଙ୍କ ଭତ୍ତା ରାଶି ୨ ହଜାର ଟଙ୍କାକୁ ବଢ଼ିବ।” ଆଜି ଓଡ଼ିଶା ଗସ୍ତରେ ଥିବା ରାହୁଲ ଗାନ୍ଧି ମହିଳା ଦିବସ ଅବସରରେ ମହିଳାଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି।ସେ ନିଜର ଉଦ୍‌ବୋଧନ ଆରମ୍ଭରୁ ହାଲ୍ ଗୁଣଗାନ ସହ କେନ୍ଦ୍ରକୁ ଆକ୍ରମଣ କରି କହିଛନ୍ତି, ଦୀର୍ଘ ବର୍ଷ ହେଲାଣି ହାଲ୍ ଫାଇଟର ପ୍ଲେନ୍‌ ତିଆରି କରୁଛି। କେନ୍ଦ୍ର ସରକାର ଦେଶଭକ୍ତି କଥା କହୁଛନ୍ତି, ବାୟୁସେନା ଟଙ୍କା ଅମ୍ବାନୀକୁ ଦେଉଛନ୍ତି।
ଫାଇଟର ପ୍ଲେନ ତିଆରିରେ ଅମ୍ବାନିଙ୍କ ଅଭିଜ୍ଞତା ନାହିଁ। ଅମ୍ବାନିଙ୍କ ଫାଇଦା ପାଇଁ ଫ୍ରାନ୍ସ କଂପାନି ସହ ଡିଲ୍ କଲେ ମୋଦି ନିଜେ ଅମ୍ବାନିକୁ ୩୦ ହଜାର କୋଟି ଦେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ରାଜ୍ୟ ବିଜେପି ମୁଖପାତ୍ର ଜ୍ଞାନଦେବ ବେଉରା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ  କଂଗ୍ରେସରେ ଯୋଗଦେଇଥିଲେ  । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ଜ୍ଞାନଦେବଙ୍କୁ ଦଳକୁ ସ୍ୱାଗତ କରିଥିଲେ  ।