ଓଡିଆନ୍ ନ୍ୟୁଜ

141

୪୧ ଜଣଙ୍କୁ ପ୍ରଦାନ କରାଗଲା ନାରୀ ଶକ୍ତି ସମ୍ମାନ

Team Odian News |

୪୧ ଜଣଙ୍କୁ ପ୍ରଦାନ କରାଗଲା ନାରୀ ଶକ୍ତି ସମ୍ମାନ
ନୂଆଦିଲ୍ଲୀ,୯/୩( ଓଡ଼ିଆନ୍‍ ନ୍ୟୁଜ୍‍) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ବିଶିଷ୍ଟ ମହିଳାଙ୍କୁ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର‌୍ୟ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି।କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ଦିଆଯାଉଛି। ବେସାମରିକ କ୍ଷେତ୍ରରେ ଦେଶରେ ମହିଳାଙ୍କ ପାଇଁ ଏହାକୁ ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ କରାଯାଇ ଆସୁଛି।

ଚଳିତ ବର୍ଷ ଏହି ସମ୍ମାନ ପାଇଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ସାମାଜିକ କର୍ମୀ ପ୍ରଜ୍ଞା ପ୍ରସୁନ, ‘ରାଣୀ ମିସ୍ତ୍ରୀ’ ସୁନିତା ଦେବୀ ଓ ଦେଶର ପ୍ରଥମ ମହିଳା ମେରାଇନ ପାଇଲଟ ରେସମା ନିଲୋଫର ପ୍ରମୁଖ ରହିଛନ୍ତି।