ଓଡିଆନ୍ ନ୍ୟୁଜ

110

କନ୍ଧମାଳ:କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Team Odian News |

କନ୍ଧମାଳ:କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନ୍ଧମାଳ,୯/୩( ଓଡ଼ିଆନ୍‍ ନ୍ୟୁଜ୍‍): କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି ଶନିବାର ଦିନ ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ କାଳିଆ ଯୋଜନାରୁ ଭୂମିହୀନ ଓ ଗରିବ ଚାଷୀଙ୍କୁ ସହାୟତା ମିଳୁଛି। ଆମ ସରକାର ଚାଷୀଙ୍କ ପ୍ରତି ସମର୍ପିତ। ମୁଁ ସର୍ବଦା ଗରିବ ଚାଷୀ ଓ ଲୋକମାନଙ୍କ ସହ ରହିଛି। ଯେଉଁମାନେ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ନାହାନ୍ତି, ଏପ୍ରିଲ୍‌ ପହିଲା ସୁଦ୍ଧା ସେମାନଙ୍କୁ ଟଙ୍କା ମିଳିଯିବ।