ଓଡିଆନ୍ ନ୍ୟୁଜ

146

ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀ ନିଲମ୍ବିତ

Team Odian News |

ବିଜୁ  ଯୁବ ଜନତା ଦଳର  ଉପସଭାପତି  ପ୍ରକାଶ ତ୍ରିପାଠୀ  ନିଲମ୍ବିତ
ଭୁବନେଶ୍ୱର,୯/୩( ଓଡ଼ିଆନ୍‍ ନ୍ୟୁଜ୍‍) :  ଭୁବନେଶ୍ୱର ସହିଦ୍‍ ନଗର ଥାନାରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଗିରଫ ହେବା ପରେ ତାଙ୍କୁ ଆଜି ବିଜେଡ଼ି ଦଳରୁ ନିଲମ୍ବନ କରାଯାଇଛି  ।  ବିଜୁ  ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଏହି ଘଟଣା ସଂପର୍କରେ ଏକ ପ୍ରେସ୍‍ ବିଜ୍ଞପ୍ତି ମଧ୍ୟମରେ ଜଣାଇଛନ୍ତି  । ପ୍ରକାଶ ଥାଉକି   ଉପରେ ଗତ ଶିବରାତ୍ରି ଦିନ ବିଜୁ ଯୁବ ଜନତା ଦଳର ଉପସଭାପତି ଶ୍ରୀତ୍ରିପାଠୀ ଏକ ଦୁର୍ଘଟଣା ଘଟଣାକୁ ନେଇ ସହିଦ୍‍ ନଗର ଥାନା ଭିତରେ ପଶି ଭଙ୍ଗାରୁଜା କରିବା ସହିତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବାର ଭିଡ଼ିଓ ସିସିଟିଭି ଫୁଟେଜ୍‍ରୁ ଜଣାପଡ଼ିଥିଲା  ।