ଓଡିଆନ୍ ନ୍ୟୁଜ

171

‘ନବୀନ ସରକାର ଯୁବକଙ୍କୁ ନିକମା କରି ବେକାରୀ ବଢ଼ାଇ ଚାଲିଛି ।’

Team Odian News |

‘ନବୀନ ସରକାର ଯୁବକଙ୍କୁ ନିକମା କରି ବେକାରୀ ବଢ଼ାଇ ଚାଲିଛି  ।’ 
ରାଜକନିକା,୧୦ା୩( ଓଡ଼ିଆନ୍‍ ନ୍ୟୁଜ୍‍): ରାଜ୍ୟରେ ଏବେ ଲୋକମାନଙ୍କୁ ଗରିବ ହେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି  । ମହିଳା ଅସୁରକ୍ଷିତ , ଚାଷୀମାନଙ୍କୁ ଚାଷର ଉତ୍ପାଦିତ ଦ୍ରବ୍ୟର ପ୍ରାପ୍ୟ ପରିବର୍ତ୍ତେ କାଳିଆ ଯୋଜନାରେ ଭେଳିକି ଲଗାଇ ଭିକ୍ଷ୍ୟା ଦିଆଯାଉଛି  । ଯୁବକ ମାନଙ୍କୁ ରୋଜଗାର ପନ୍ଥା ଦେବା ପରିବର୍ତ୍ତେ ନିକମା କରି  ବେକାରୀ ବଢ଼ାଇ ଚାଲିଛନ୍ତି ବୋଲି ରାଜକନିକା ବ୍ଲକ୍‍ ଅନ୍ତର୍ଗତ ବରୁଣାଡ଼ିଆ ଗଡ଼ଗଡ଼ି ଘାଟ ଠାରେ ଆଳି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର ବିଶାଳ ଯୁବ ଗର୍ଜନ  ସମାବେଶରେ ଯୋଗଦେଇ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି   । ରାଜକନିକା ବ୍ଲକ୍‍ ଯୁବ କଂଗ୍ରେସ ସଭାପତି ସତ୍ୟ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ପିସିସିର ମିଡ଼ିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ  । ରାଜ୍ୟରେ ଗରିବ ମାନଙ୍କୁ ଉପହାସ, ଯୁବକ ମାନଙ୍କୁ ନିଶାସକ୍ତ କରିବା ସହିତ ମହିଳାମାନଙ୍କୁ ସମ୍ମାନ ଦେବାରେ ସରକାର ଆଜି ବିଫଳ  । ଆଉ ଯୁବକ ମାନଙ୍କୁ ରୋଜଗାର କ୍ଷମ କରିବା ବଦଳରେ ବିଜୁ ଯୁବ ବାହିନୀ ଗଠନ କରି ନିଶାଗ୍ରସ୍ତ କରୁଥିବାର ଶ୍ରୀନାୟକ ଅଭିଯୋଗ କରିଥିଲେ  । ଏବେ ବିଜ୍ଞାପନ ଦେଇ ସରକାର ନିଜର ବାହା ବାଃ ନେବାକୁ ଚେଷ୍ଠା ଚଳାଇଥିବାର ସେ କହିଥିଲେ ।  ସମ୍ମାନିତ ଅତିଥି ଭାବେ ଆଳିର ବିଧାୟକ ଦେବେନ୍ଦ୍ର ଶର୍ମା ଯୋଗଦେଇ ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ୱାବଲମ୍ବୀ ହେବା ପରିବର୍ତ୍ତେ  ଗରିବ ହେବା ପାଇଁ ସରକାରୀ ବ୍ୟବସ୍ଥା ହେଉଛି । ବ୍ୟଙ୍ଗ କବିତା ବୋଲି ସେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କହିଥିଲେ  । ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟିର ସଦସ୍ୟ ଧରଣୀଧର ନାୟକ ଯୋଗଦେଇ କେନ୍ଦ୍ରାପଡ଼ାରେ ରାଜନୈତିକ ଇତିହାସ ପରିବର୍ତ୍ତନ ପାଇଁ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ  । ଆଳି ବିଧାୟକଙ୍କ କନ୍ୟା ଦେବସ୍ମିତା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଳି ରାଜବଂଶର ପୂର୍ବତନ ସାଂସଦ ଏବଂ ଏବେକାର ସାଂସଦଙ୍କୁ ତୀବ୍ର ସମାଲୋଚନା କରିଥିଲେ  । କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରାଜକନିକା ବ୍ଲକ୍‍ ପୂର୍ବକନିକା ଜୋନ୍‍ ସଭାପତି ମଙ୍ଗୁଳି ଚରଣ ବେହେରା, କେନ୍ଦ୍ରାପଡ଼ା ସଂସଦୀୟ ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଆଳି ବ୍ଲକ୍‍ ଯୁବ କଂଗ୍ରେସ ସଭାପତି ରାଜମୋହନ ସ୍ୱାଇଁ, ପୂର୍ବତନ ରାଜକନିକା ବ୍ଲକ୍‍ କଂଗ୍ରେସ ସଭାପତି ବାବୁରାମ ଜେନା, ଆଇନ୍‍ଜୀବୀ ଗଙ୍ଗାଧର ସାମଲ, ସମିତି ସଭ୍ୟ ମଧୁସ୍ମିତା ପୃଷ୍ଟି, ସମିତି ସଭ୍ୟା ବର୍ଷା ମଲ୍ଲିକ, ଯୁବ କଂଗ୍ରେସ ଉପସଭାପତି ମିର୍ଜା ସାହାଜନ ବେଗ୍‍ ଏବଂ ଜିଲା କଂଗ୍ରେସ ସଂପାଦକ ବଳରାମ ଜେନା ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ବିଧାୟକ ଶ୍ରୀଶର୍ମାଙ୍କୁ ପୁର୍ନବାର ବିଜୟୀ କରିବାକୁ ସମସ୍ତ ଯୁବ କଂଗ୍ରେସ ଭାଇ ଭଉଣୀମାନଙ୍କୁ ନିବେଦନ କରିଥିଲେ  । ହଜାର ହଜାର ସଂଖ୍ୟରେ ଯୁବ କଂଗ୍ରେସ କର୍ମୀମାନେ ଏକ ମଟରସାଇକେଲ ଶୋଭାଯାତ୍ରାରେ ସମାବେଶ ସ୍ଥଳରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ  ।  ଯୁବନେତା ପ୍ରଦୀପ ପଣ୍ଡା, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ମହାନ୍ତି, ମିଡ଼ିଆ ସେଲର ସମ୍ବିତ ଶ୍ରୀଚନ୍ଦନ, କଂଗ୍ରେସ ନେତା ସଞ୍ଜୟ ରାଉତ, ଜିଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ,  ପ୍ରମୋଦ ପତି  ଏବଂ ରମେଶ ଯେନା ପ୍ରମୁଖ ଉପସ୍ଥିତ ରହିଥିଲେ  ।  ଶେଷରେ ଏହି ସମାବେଶରେ କାଟଣାବଣିଆଁ ଗ୍ରାମପଞ୍ଚାୟତର ସରପଞ୍ଚ ନିରାକାର ସେଠୀ ଧନ୍ୟବାଦ୍‍ ଅର୍ପଣ କରିଥିଲେ  ।