ଓଡିଆନ୍ ନ୍ୟୁଜ

111

ଭଷାଣୀ ଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ

Team Odian News |

ଭଷାଣୀ ଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ
କଟକ,୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍):ଶାରଦୀୟ ଦୁର୍ଗାପୂଜା ପରେ ଆଜି ଭଷାଣୀ ଯାତ୍ରା ଅନୁଷ୍ଠିତ ହେଉଛି । ଭଷଣୀ ଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଛି। ସାହି ପରିକ୍ରମା ପରେ ଏବେ ମେଢ ଗୁଡିକ ଶୋଭାଯାତ୍ରାରେ ଦେବୀଗଡା ଅଭିମୁଖେ ବାହାରିଛନ୍ତି । ବେଦୀଗଡା ସମତେ ରିଂ ରୋଡ ଲୋକରଣ୍ୟ ହୋଇଯାଇଛି। ନାନା ପ୍ରକାର ବିପଣୀ ସାମଗ୍ରୀକୁ ନେଇ ଛୋଟ ବଡ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। କମିଶନରେଟ ପୁଲିସ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭଷାଣି ପାଇଁ ୬୨ ପ୍ଳାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହ ଗୋଟିଏ ପ୍ଲାଟୁନ୍ ଏସ୍ଓଜି ଯବାନ ଏବଂ ଗୋଟିଏ ପ୍ଲାଟୁନ୍ ଓଡ୍ରାଫ୍ ଟିମ୍ ତୟାର ରହିଛନ୍ତି । ବିଭିନ୍ନ ସ୍ଥାନରେ ୧୬ଟି ସିସିଟିଭି କ୍ୟାମେରା ଜରିଆରେ ପୁରା କାର୍ୟ୍ୟକ୍ରମ ଉପରେ ରଖାଯାଇଛି। କଟକ-ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଭଷାଣି ପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।