ଓଡିଆନ୍ ନ୍ୟୁଜ

192

କେନ୍ଦ୍ରାପଡା:ଅନୁଭବ ଓ ସୁଜାତାଙ୍କ ଭାଷଣକୁ ନେଇ ଚର୍ଚ୍ଚା

Team Odian News |

କେନ୍ଦ୍ରାପଡା:ଅନୁଭବ ଓ ସୁଜାତାଙ୍କ ଭାଷଣକୁ ନେଇ ଚର୍ଚ୍ଚା
କେନ୍ଦ୍ରାପଡା, ୧୦ା୩( ଓଡ଼ିଆନ୍‍ ନ୍ୟୁଜ୍‍): କେନ୍ଦ୍ରାପଡା ମିସନ୍ ଶକ୍ତି ମହାସମାବେଶରେ ଜିଲ୍ଲାର ଜଣେ ହେଲେ ବିଧାୟକ କିମ୍ବା ସାସଂଦଙ୍କୁ ଭାଷଣ ଦେବାର ସୁଯୋଗ ମିଳି ନଥିବା ବେଳେ   ମୁଖ୍ୟମନ୍ତ୍ରୀ ପହଁଚିବା ପୂର୍ବରୁ ରାଜ୍ୟ ସଭା ସାସଂଦ ଅନୁଭବ ମହାନ୍ତି ପ୍ରାୟ ୨୦ ମିନିଟ୍ ଧରି ଭାଷଣ ଦେଇ କେନ୍ଦ୍ରାପଡ଼ା ମାଟି ବିଜୁଙ୍କ କର୍ମଭୂମି ବୋଲି ସମ୍ବୋଧିତ କରି ନବୀନଙ୍କ ପ୍ରଶଂସାଗାନ କରିଥିଲେ  । ଏହି ମାଟି ରାଜ୍ୟ ରାଜନୀତିର ମାର୍ଗଦର୍ଶକ ସାଜିଛି ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିକାଶରଧାରା  ଆଗେଇଛି ବୋଲି କହିଥିଲେ । ମିଶନ୍ ଶକ୍ତି ସଚିବ ସୁଜାତା ରାଉତ ପାଣ୍ଡିଆନ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଭାଷଣ ଦେବା  ସଭାରେ ଗୁଂଜରଣ ସୃଷ୍ଟି କରିଥିଲା  । ଏହି ଦୁଇ ଜଣଙ୍କ ମଧ୍ୟରୁ କେହି ହେଲେ ଆସନ୍ତା ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆଲୋଚନା ଶୁଣିବାକୁ ମିଳିଥିଲା  ।ସୁଜାତାଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ହୋଇଥିବାରୁ ମହିଳାମାନେ ତାଙ୍କୁ ଦେଖିବାକୁ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ  । ତେବେ ସୁଜାତାଙ୍କ ଅପେକ୍ଷା ଅନୁଭବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବାର ଦେଖାଯାଇଥିଲା  ।