ଓଡିଆନ୍ ନ୍ୟୁଜ

234

୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ଘୋଷଣା ସାରା ଦେଶରେ ଇତିହାସ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Team Odian News |

୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ଘୋଷଣା ସାରା ଦେଶରେ ଇତିହାସ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ
କେନ୍ଦ୍ରାପଡା, ୧୦ା୩( ଓଡ଼ିଆନ୍‍ ନ୍ୟୁଜ୍‍):  କେନ୍ଦ୍ରାପଡାରେ ରବିବାର ପୂର୍ବାହ୍ନରେ  ମିଶନଶକ୍ତି ମହିଳା ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ସିଦ୍ଧ ମଠପଡିଆରେ   ଆଙ୍କର ତଥା ଟିଭି ସିରିଏଲର ଅଭିନେତ୍ରୀ ଗୁନଗୁନଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶନଶକ୍ତି ମହିଳା ମହାସମାବେଶରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବିଜୁ ଜନତା ଦଳ ସରକାର ଚଳିତ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ନିର୍ବାଚିତ କରି ଲୋକସଭାକୁ  ପଠାଇବ  । ବଳଦେବଜୀଉଙ୍କ ପବିତ୍ର ମାଟି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରୁ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ଘୋଷଣା ସାରା ଦେଶରେ ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ  । ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ  କହିଥିଲେ ମହିଳା ସଶକ୍ତିକରଣ ପାଇଁ ତାଙ୍କ ସରକାର ସଂକଳ୍ପ ନେଇଛି  । ତେଣୁ କେନ୍ଦ୍ରାପଡ଼ାରେ ଏକ ମିସନ୍ ଶକ୍ତି ଭବନ ଗୃହ ନିର୍ମାଣ ପାଇଁ କୋଟିଏ ଟଙ୍କା ମଂଜୁର ଘୋଷଣା କରିବା ସହ ସରକାରୀ ମଞ୍ଜୁର ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ  ନବୀନ  । କେନ୍ଦ୍ରାପଡ଼ା ମାଟି ବିଜୁ ବାବୁଙ୍କ କର୍ମଭୂମି   ।  ବିଜୁ ବାବୁ ନବେ ଦଶକରେ  ମହିଳାଙ୍କ ପାଇଁ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ କରି ସାରା ଦେଶକୁ ବାଟ ଦେଖାଇଥିଲେ  । ବିଜେଡ଼ି ସରକାରକୁ ‘ଆପଣଙ୍କ’ ସରକାର ବୋଲି ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ୨୦୧୨ରେ ପଂଚାୟତିରାଜ ଅନୁଷ୍ଠାନ ଗୁଡ଼ିକରେ ମହିଳାଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା  । ଏହାକୁ ନେଇ ଭାରତରେ ପ୍ରଥମ ଥର ପାଇଁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଓଡିଶା ବିଧାନସଭାରେ ସଂକଳ୍ପ ପାରିତ କରିଛନ୍ତି   । ଦେଶର ବିଭିନ୍ନ ରାଜ୍ୟର ରାଜନୈତିକ ଦଳଗୁଡ଼ିକୁ ସେ  ଏହି ପ୍ରସ୍ତାବ ଦେଇଛି  । ଜାତୀୟ ଦଳଗୁଡ଼ିକ ମହିଳାଙ୍କ ସଶକ୍ତିକରଣ ପାଇଁ ଯେଉଁସବୁ ଘୋଷଣା କରୁଛନ୍ତି ତାହା ପାଳନ କରନ୍ତୁ ବୋଲି କହିଥିଲେ  ।  ଆପଣଙ୍କ ବିଜୁ ବାବୁ କେନ୍ଦ୍ରାପଡ଼ାର ଐତିହାସିକ ମାଟିରୁ ଲୋକସଭାକୁ  ଯାଇଥିଲେ  । ତାଙ୍କରି ଦଳର ୩୩ ପ୍ରତିଶତ ମହିଳା ଏବେ ଲୋକସଭାକୁ ଯିବେ  । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାର ମା’ ମାନେ ସାରା ଦେଶକୁ ପଥ ପ୍ରଦର୍ଶନ କରିବେ  । ଯଦି ସାରା ଭାରତ ବର୍ଷକୁ  ବିଶ୍ୱର ଅଗ୍ରଣୀ ଦେଶ ଭାବେ ଗଢିବାକୁ ହେଲେ  ମହିଳା ସଶକ୍ତି କରଣ ଦ୍ୱାରା ହିଁ ତାହା ସମ୍ଭବ ହୋଇ ପାରିବ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ  ଋଣ ନେଇ ବିଭିନ୍ନ ବ୍ୟବସାୟରେ ସଫଳ ହୋଇଥିବା କେତେକ ସ୍ୱୟଂସହାୟିକା ଗୋଷ୍ଠୀ ଗୁଡିକୁ ପୁରସ୍କୃତ କରିଥିଲେ  । ମହିଳା ସ୍ୱୟଂସହାୟିକା ଗୋଷ୍ଠୀଗୁଡ଼ିକୁ ୧୫ ହଜାର ଟଙ୍କା ଲେଖାଁ ସିଡ୍ ମନି ଓ ୩ ହଜାର ଟଙ୍କା ଲେଖାଁ ମୋବଇଲ କିଣିବାକୁ ସହାୟତା ଘୋଷଣା କରିଥିଲେ  । ଏହି ସଭାରେ କଟକ ଜିଲ୍ଲାର ୪ଟି ଓ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ୍ରୁ ଲକ୍ଷାଧିକ ମହିଳାଙ୍କ ସମାଗମ ହୋଇଥିଲା  ।    ଅନ୍ୟମାନଙ୍କ ମଧ୍ୟରେ ସଭାମଂଚ ତଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଳ୍ଲ ସାମଲ, ରାଜ୍ୟ ସଭା ସଦସ୍ୟ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ,କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ,  ପୂର୍ବତନ ବିଧାୟିକା ତଥା ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡଃ.ସିପ୍ରା ମଲ୍ଲିକ, କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ତଥା ଯୋଜନା ବୋର୍ଡ ସଭ୍ୟ ଧ୍ରୁବ ସାହୁ, କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି,ଇଂ ମୂରଲୀଧର ସେଠୀ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ,ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସମ୍ପାଦକ ସେକ ଅବଦୁଲା,ଦୁଷ୍ମନ୍ତ ମଲ୍ଲିକ,ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ଏପିକଲ ଅଧ୍ୟକ୍ଷ କୃତିବାସ ପାତ୍ର,  ଧିରେନ ସାହୁ , ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ପଣ୍ଡା, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦିପ କୁମାର ସାହୁ , ବିଜୁ କୃଷକ ଜନତା ଦଳ ଜିଲ୍ଲା ସଭାପତି ସୈାମ୍ୟକାନ୍ତ ଦାସ,ସେକ ଚନ୍ଦନ,ସୂର୍ଯ୍ୟ ମହାନ୍ତି,ଗୈାତ୍ତମ ସ୍ୱାଇଁ,ରଞ୍ଜନ ସାହୁ ପ୍ରମୁଖଙ୍କ ସମେତ କେନ୍ଦ୍ରାପଡା ଓ କଟକ ଜିଲ୍ଲାର କେନ୍ଦ୍ରାପଡା, ରାଜନଗର, ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, ଗରଦପୁର, ଡେରାବିଶ, ଆଳି, ରାଜକନିକା ବ୍ଲକର ପ୍ରତିନିଧିଙ୍କ ସହ ଛାତ୍ର,ଯୁବ,ମହିଳା ଭଳି ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।ମହାସମାବେଶରେ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ,ଜିଲ୍ଲାପାଳ ଦାଶରଥୀ ଶତପଥୀ, ମିଶମଶକ୍ତି ନିର୍ଦେଶିକା ଶ୍ରୀମୟୀ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉ.ଏସପି ନୀତି ଶେଖର,ଏସଡିପିଓ ରାଜୀବଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।