ଓଡିଆନ୍ ନ୍ୟୁଜ

114

ଓଡ଼ିଶାରେ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ।

Team Odian News |

ଓଡ଼ିଶାରେ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ।
ନୂଆଦିଲ୍ଲୀ, ୧୦ା୩( ଓଡ଼ିଆନ୍‍ ନ୍ୟୁଜ୍‍):ସପ୍ତଦଶ ଲୋକସଭା ନିର୍ବାଚନ ଓ ୪ ରାଜ୍ୟର ବିଧାନସଭା ପାଇଁ ରବିବାର ନିର୍ବାଚନ ତାରିଖ ଘୋଷଣା ହୋଇଛି। ନୂଆଦିଲ୍ଲୀସ୍ଥ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀରେ  ମୁଖ୍ୟ ନିର୍ବାଚନ କମିସନ୍‌ ସୁନିଲ ଅରୋରା  ଘୋଷଣା କରିଛନ୍ତି  କି ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବ। ରାଜ୍ୟର ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ।

ଓଡ଼ିଶାରେ ଏପ୍ରିଲ ୧୧ରେ ୪ଟି, ୧୮ରେ ୫ଟି, ୨୩ରେ ୬ଟି ଓ ୨୯ରେ ୬ଟି  ଲୋକସଭା ଆସନ ଲାଗି  ମତଦାନ ହେବ।ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମାନ ଦିନରେ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାନ ହେବ। ଏହି ଦିଗରୁ ହିସାବ କଲେ  ରାଜ୍ୟରେ ମୋଟାମୋଟି ଏପ୍ରିଲ ୧୧ରେ ୨୮ଟି, ୧୮ରେ ୩୫ଟି, ୨୩ରେ ୪୨ଟି ଓ ୨୯ରେ ୪୨ଟି  ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ବୋଲି ଅନୁମାନ କରାଯାଉଛି।

ଦେଶରେ ୭ଟି ପର୍ଯ୍ୟାୟରେ ଏଥର ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯, ପଞ୍ଚମ ପର୍ଯ୍ୟାୟ ମେ’ ୬, ଷଷ୍ଠ ପର୍ଯ୍ୟାୟ ମେ’ ୧୨ ଓ ସପ୍ତମ ପର୍ଯ୍ୟାୟ ମେ’ ୧୯ରେ ମତଦାନ ହେବ। ନିର୍ବାଚନର ଫଳାଫଳ ମେ’ ୨୩ରେ ଘୋଷଣା ହେବ।