ଓଡିଆନ୍ ନ୍ୟୁଜ

171

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଇନପାରି ଅଙ୍ଗନୱାଡ଼ି ଗୃହରେ ତାଲା ପକାଇଲେ ମହିଳା ।

Team Odian News |

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଇନପାରି  ଅଙ୍ଗନୱାଡ଼ି ଗୃହରେ ତାଲା ପକାଇଲେ ମହିଳା  । 
ରାଜକନିକା,୧୧ା୩( ଓଡ଼ିଆନ୍‍ ନ୍ୟୁଜ୍‍):  ରବିବାର କେନ୍ଦ୍ରାପଡ଼ାରେ ମିଶନ  ଶକ୍ତି କାର୍ଯ୍ୟକ୍ରମକୁ ଯାଇନପାରିବା କାରଣରୁ ମହିଳାମାନେ  ସୋମବାର ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଛନ୍ତି  । ଖବରରୁ ଜଣାପଡ଼ିଛିଯେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‍ ତରାସ ଗ୍ରାମର ଚାରିଗୋଟି ସ୍ୱୟଂ ସହାୟକ  ଗୋଷ୍ଠୀର ମହିଳାମାନେ କେନ୍ଦ୍ରାପଡ଼ା ଯିବା ପାଇଁ ଘରୁ ଆସି ବସ୍‍କୁ ଅପେକ୍ଷା କରିଥିଲେ ମଧ୍ୟ ବସ୍‍ ଆସିନଥିଲା  । ମହିଳାମାନଙ୍କୁ ସିଡ଼ିପିଓ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଯିବା ପାଇଁ ପୂର୍ବରୁ ପ୍ରସ୍ତୁତି ହୋଇ ରହିବା ପାଇଁ ତାଗିଦ୍‍ କରିଥିଲେ । ହେଲେ ମହିଳାମାନେ ସକାଳୁ ସକାଳୁ ଘରୁ କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଯିବାକୁ ବହୁ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ବସ୍‍ ଆସିନଥିବା  । ଅପମାନିତ ହୋଇ ମହିଳାମାନେ ବାଧ୍ୟ ହୋଇ ନିଜ ନିଜ ଘରକୁ ଫେରିଯାଇଥିଲେ  । ଏହି ଘଟଣାର ପ୍ରତିବାଦ କରି ଆଜି ଶତାଧିକ ମହିଳାମାନେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହରେ ତାଲା ପକାଇ ପ୍ରତିବାଦ କରିଛନ୍ତି  । ମଙ୍ଗଳବାର ଏହି ଘଟଣାର  ସମାଧାନ ହେବା ନେଇ ସିଡ଼ିପିଓଙ୍କ ପକ୍ଷରୁ କୁହାଯାଇଥିବାର ମହିଳାମାନେ କହିଛନ୍ତି  ।