ଓଡିଆନ୍ ନ୍ୟୁଜ

154

ନିର୍ବାଚନ ଆଚରଣ ବିଧି ପାଳନ ସମ୍ପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

Team Odian News |

ନିର୍ବାଚନ ଆଚରଣ ବିଧି  ପାଳନ ସମ୍ପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡା ୧୨/୩( ଓଡ଼ିଆନ୍‍ ନ୍ୟୁଜ୍‍): ନିର୍ବାଚନ ଆଚରଣ ବିଧିକୁ କଡା କଡି ପାଳନ କରାଯିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦାଶରଥୀ ଶତପଥୀ ସୋମବାର ସନ୍ଧ୍ୟାରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି  । ଜିଲ୍ଲାପାଳ ଶ୍ରୀ  ଶତପଥୀ  ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଭାରତର ନିର୍ବାଚନ କମିଶନରଙ୍କ ନିର୍ବାଚନ ଆଚରଣ ବିଧି ସମ୍ପର୍କୀତ ନିର୍ଦେଶକୁ ଜିଲ୍ଲାରେ କଡାକଡି ପାଳନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।  ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାରେ ସମୁଦାୟ  ୧୪୩୮ ବୁଥ ଥିବା ବେଳେ ବିଭିନ୍ନ ବ୍ଲକ ଏବଂ ନିର୍ବାଚନ ମଣ୍ଡଳି ନିମନ୍ତେ ୧୪୦ ଜଣ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଥିବା ପ୍ରକାଶ କରିଛନ୍ତି । ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୩ ଲକ୍ଷ ୨୨ ହଜାର ୫୦ ଜଣ ଥିବା ବେଳେ  ମହିଳା ଭୋଟର ସଂଖ୍ୟା ୫ ଲକ୍ଷ ୫୭ ହଜାର ୭୯୭ ଏବଂ ଅନ୍ୟାନ୍ୟ ୫୫ ଜଣ ଭୋଟର ଏହି ପରି ମୋଟ ୧୧ ଲକ୍ଷ ୭୯ ହଜାର ୯୦୨ ଜଣ ଭୋଟର ରହିଥିବା ସୂଚନା ଦିଆଯାଇଛି  । ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ  ୧୪୩ଟି ବୁଥ ଉତ୍ତେଜନା ପ୍ରବଣ ଥିବା ବେଳେ ୨୮ଟି ଅତି ଉତ୍ତେଜନା ପ୍ରବଣ ବୁଥ ରହିଛି । ସେହି ବୁଥ ଗୁଡିକରେ ସିସିଟିଭି କ୍ୟାମେରା,ଭିଡିଓ ରେକଡିଂ ଓ ୱେବ କାଷ୍ଟିଂ  ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଏହି  ସମ୍ମିଳନୀରେ ସୂଚନା ଦେଇଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଥିବାରୁ ଆଜି ପ୍ରାୟ ୧୨ଟି ବିଭାଗର ଇସୁ ରେଜିଷ୍ଟରକୁ ସିଲ କରିଥିବା ବେଳେ ଆଉ ନୂତନ କାର‌୍ୟ୍ୟାଦେଶ ନଦେବା ଓ ନୂତନ କାର‌୍ୟ୍ୟାରମ୍ଭ ନକରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିବାର  କୌଣସି ଅଭିଯୋଗ  ଆସିଲେ  ସେମାନଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଡେପୁଟି କଲେକ୍ଟର ନିର୍ବାଚନ ସମ୍ବିତ ଶତପଥୀ,ବିକ୍ରମ ପରିଡା,ଭରତ ଚନ୍ଦ୍ର ପରିଡା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା  ଉପସ୍ଥିତ ଥିଲେ ।