ଓଡିଆନ୍ ନ୍ୟୁଜ

102

ବିଜେପିରେ ଯୋଗଦେବା ପରେ କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା

Team Odian News |

ବିଜେପିରେ ଯୋଗଦେବା ପରେ କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ  ସମ୍ବର୍ଦ୍ଧନା
କେନ୍ଦ୍ରାପଡା ୧୨/୩( ଓଡ଼ିଆନ୍‍ ନ୍ୟୁଜ୍‍): ପୂର୍ବତନ କେନ୍ଦ୍ରାପଡା ଲୋକସଭା ସାସଂଦ ବୈଜୟନ୍ତ ଜୟ ପଣ୍ଡା ବିଜେଡିରୁ ଇସ୍ତଫା ପ୍ରଦାନ ପରେ ଦିଲ୍ଲୀରେ ଭାରତିୟ ଜନତା ପାର୍ଟି(ବିଜେପି)ରେ ଯୋଗଦେବା ପରେ ସୋମବାର ଅପରାହ୍ନରେ ପ୍ରଥମ କେନ୍ଦ୍ରାପଡା ଗସ୍ତରେ ଆସି ଦୁହୁରିଆରେ ପହଁଚିବା ପରେ ସେଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ତାଙ୍କୁ ସହର ମଧ୍ୟଦେଇ ଇଛାପୁର ମାଉସୀମା ମନ୍ଦିର ନିକଟ ରଥଦାଣ୍ଡକୁ ବିଜେପି ପକ୍ଷରୁ ନିଆଯାଇଥିଲା । ପ୍ରାୟ ୨୫୦ଟି ବାଇକ ଓ ଅନ୍ୟ ୪ଚକିଆ ଗାଡିରେ ୩ହଜାରରୁ ଉଦ୍ଧ୍ୱର୍ ବିଜେପି ସମର୍ଥକ ବୈଜୟନ୍ତଙ୍କୁ ପାଛୋଟି ନେଇଥିଲେ । ମାଉସୀମା ମନ୍ଦିର ନିକଟରେ ଶୋଭାଯାତ୍ରା ପହଁଚିବା ପରେ ସେଠାରେ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ସାସଂଦ ଶ୍ରୀ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ ସେ କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା ପାଇଁ କେତେକ ଶିଳ୍ପପତିଙ୍କୁ ଆଣି ଏଠାରେ ବୁଲାଇ ଦେଖାଇଥିଲେ ମଧ୍ୟ ରାଜ୍ୟର ରାଜନେତାଙ୍କ  ବିରୋଧ ଫଳରେ କେନ୍ଦ୍ରାପଡାରେ  କୈାଣସି ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ ବୋଲି ତାଙ୍କୁ କେତେକ ବ୍ୟୁରୋକ୍ରାଟ ପରେ କହିଥିବା ସୂଚନା ଦେଇଥିଲେ  । ମାହାଙ୍ଗାରେ ସେ ପ୍ରତିଷ୍ଠା କରିଥିବା ପାଣିଟାଙ୍କିକୁ ଉଦଘାଟନ କରିବାକୁ ଯିବା ସମୟରେ ତାଙ୍କୁ ବିରୋଧକରି ଟେକା ପକାଗଲା କେବଳ ପିସି ନପାଇଥିବାରୁ । ୨୨ବର୍ଷ ତଳେ ସେ ଯୋଗଦେଇଥିବା ବିଜେଡି ଦଳରେ ତାଙ୍କୁ ଦଳର ମାନିଫାଷ୍ଟୋ ଗଢିବାକୁ ଦାୟିତ୍ୱ ଦିଆଯାଇଥିଲା । ବିଜେପି ସହିତ ମିଶି ବିଜେଡି ଯେଉଁ ଲକ୍ଷ୍ୟରେ ସରକାର ଗଢିଥିଲା ଆଜି ସେହି ଉଦେଶ୍ୟ ଓ ଲକ୍ଷ୍ୟଚ୍ୟୁତ ହୋଇଛି ବିଜେଡି । ବିଜୁ ଯୁବ ବାହିନୀ ନାମରେ ଗୁଣ୍ଡା ବାହିନୀ ଗଢାଯାଇଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି ବୋଲି କହିଥିଲେ । ରାଜ୍ୟର ଯୁବକମାନେ କାମ ନପାଇ ବିଦେଶକୁ ଯାଇ ସେଠାରେ ମୃତ୍ୟୁ ମୁଖରେ ପଡୁଥିବା ବେଳେ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ରାଜ୍ୟରେ ଶିଶୁ ଓ ମହିଳାଙ୍କ ପ୍ରତି ଦୁଷ୍କର୍ମ ଦିନକୁ ଦିନ ବଢିଚାଲିଛି  କାରଣ ରାଜ୍ୟରେ ଗୁଣ୍ଡାଙ୍କ ଶାସନ ଚାଲିଛି ।  ରାଜ୍ୟରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଦିଆଯାଉନଥିବା ବେଳେ କେନ୍ଦ୍ର ସରକାରଙ୍କ “ଆୟୁଷ୍ମାନ ଯୋଜନା”କୁ ଜାଣିଶୁଣି ରାଜନୈତିକ ଉଦେଶ୍ୟରେ ପ୍ରଣୟନ କରାଇଦିଆଗଲା ନାହିଁ । ଆଗାମି ନିର୍ବାଚନରେ  ଓଡିଶା ତଥା କେନ୍ଦ୍ରାପଡାର ଜନସାଧାରଣ  ନିଶ୍ଚିନ୍ତ ପରିବର୍ତ୍ତନ  ଆଣିବେ । ଏତେ ସଂଖ୍ୟାରେ ଜନସାଧାରଣ ତାଙ୍କୁ ସ୍ୱାଗତ କରିଥିବାରୁ ସେ ଏଥିରେ ଅଭିଭୂତ ବୋଲି କହିଥିଲେ । ରାଜ୍ୟ ସରକାର ଦୁର୍ନିତିରେ ବୁଡିରହିଥିବା ସମ୍ପର୍କରେ ନବୀନବାବୁଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ ଦେଇଥିଲେ । ବିଜେପିର ବିଭିନ୍ନ ଛାମୁଆ ସଂଗଠନପକ୍ଷରୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଅଧ୍ୟାପକ ଭୂବନ ମୋହନ ଜେନା, ସୁନାକର ବେହେରା, ,  ପୂର୍ବତନ ବିଧାୟକ ଅଲେଖ ଜେନା, ,ମହମ୍ମଦ ସଲିମ ଖାନ, କଳ୍ପନା ମଲ୍ଲିକ,ଗଗନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେପି ଦଳରେ କଂଗ୍ରେସର ଅଧ୍ୟାପକ ଉମାକାନ୍ତ ନାୟକ,ନିରଞ୍ଜନ ସୂଆରଙ୍କ ସହ ୨୫ଜଣ ଏବଂ ଜ୍ୟୋତିର୍ମୟ ଜେନା,ରାମକୃଷ୍ଣ ସୂତାର,ଧନେଶ୍ୱର ମଲ୍ଲିକ,ପ୍ରବୋଧ ସାମଲ,ପଙ୍କଜ ମଲ୍ଲିକ,କୁଞ୍ଜ ବିହାରୀ ଜେନା,ଶକ୍ତିପ୍ରସାଦ ଦାସ,ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । ସେମାନଙ୍କୁ ବିଜେପିର ଦଳିୟ ଉତ୍ତରିୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ଦଳକୁ ସ୍ୱାଗତ କରାଯାଇଥିଲା ।