ଓଡିଆନ୍ ନ୍ୟୁଜ

118

ରାଜନୈତିକ ମୈଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ

Team Odian News |

ରାଜନୈତିକ ମୈଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ
 ଭୁବନେଶ୍ୱର, ୧୨/୩( ଓଡ଼ିଆନ୍‍ ନ୍ୟୁଜ୍‍) : ରାଜନୈତିକ ମୈଦାନକୁ ଓହ୍ଲାଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ଚର୍ଚ୍ଚା ହେଉଛି ସେ ବେଗୁନିଆ-ବୋଲଗଡ଼ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି। ଏ ବିଷୟରେ ସେ ପରୋକ୍ଷରେ ସୂଚନା ଦେଇଛନ୍ତି।ସେ କହିଛନ୍ତି, “ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ। ତେବେ ପ୍ରାର୍ଥିତ୍ୱ ନେଇ କିଛି ନିଷ୍ପତ୍ତି ହୋଇନି। କଂଗ୍ରେସକୁ ଏକାଠି, ସୁଦୃଢ଼ କରିବାକୁ ମୁଁ ଚାହୁଁଛି।”