ଓଡିଆନ୍ ନ୍ୟୁଜ

156

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

Team Odian News |

 ଭୁବନେଶ୍ୱର, ୧୨/୩( ଓଡ଼ିଆନ୍‍ ନ୍ୟୁଜ୍‍) : ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ନୂଆ ନିୟମ ସମ୍ପର୍କରେ ସବୁ ଦଳକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରିଛନ୍ତି। ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ହୋଇଥିଲା। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ ଅନୁଯାୟୀ ପ୍ରାର୍ଥୀମାନେ ୫ବର୍ଷର ଆୟକର ରିଟର୍ଣ୍ଣ ଦେଖାଇବେ। ପ୍ରାର୍ଥୀମାନେ ପ୍ରାର୍ଥିପତ୍ରରେ  ନିଜ ପ୍ୟାନ୍‌ ନମ୍ବର ଦେବେ।ପ୍ୟାନ୍‌ ନମ୍ବର ନଥିଲେ ଆବେଦନ କରିଥିବା ଦର୍ଶାଇ ପ୍ରମାଣ ଦେବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାମାଙ୍କନ ପତ୍ର ଦାଖଲରୁ ପ୍ରଚାର ଶେଷ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ଟିଭି ଓ ପ୍ରିଣ୍ଟ ମିଡିଆରେ ତିନିଥର ବିଜ୍ଞାପନ ଦେବେ। ଏ ସମ୍ପର୍କିତ ଖର୍ଚ୍ଚ ପ୍ରାର୍ଥୀଙ୍କ ନାଁରେ ପଡ଼ିବ। ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ପ୍ରାର୍ଥୀ ଓ ନିର୍ବାଚନ ଅଫିସରଙ୍କ ପାଖରେ ଦୁଇଟି ରେକର୍ଡ ରହିବ। ଏଥିରେ ତାଳମେଳ ନ ରହିଲେ ନିର୍ବାଚନ ଅଧିକାରୀ ତାଗିଦ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।