ଓଡିଆନ୍ ନ୍ୟୁଜ

193

୫୮ ବର୍ଷ ପରେ ଅହମ୍ମଦାବାଦର କଂଗ୍ରେସ ୱାର୍କିଂ କମିଟିର ବଡ଼ ବୈଠକ ,

Team Odian News |

୫୮ ବର୍ଷ ପରେ ଅହମ୍ମଦାବାଦର କଂଗ୍ରେସ ୱାର୍କିଂ କମିଟିର  ବଡ଼ ବୈଠକ 
ନୂଆଦିଲ୍ଲୀ:, ୧୨/୩( ଓଡ଼ିଆନ୍‍ ନ୍ୟୁଜ୍‍) : ଲୋକସଭା ନିର୍ବାଚନ ପାଇଁ ବିଗୁଲ୍‌ ବାଜିବା ପରେ ନିଜ ନିଜ ରଣନୀତି ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ କଂଗ୍ରେସ କଡ଼ା କସରତ କରୁଛି। ଆଜି ଅହମ୍ମଦାବାଦରେ ଦଳ ଆୟୋଜନ କରୁଛି ଓ୍ୱାର୍କିଂ କମିଟି ବୈଠକ। ବୈଠକରେ ଆଗାମୀ ଲୋକସଭା ଏବଂ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି।

ଦଳର ହାଇକମାଣ୍ଡ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ସମେତ ଦଳର ଅନ୍ୟ ଆଗଧାଡ଼ିର ନେତା ଏକାଠି ହୋଇଛନ୍ତି।୫୮ ବର୍ଷ ପରେ ପ୍ରଥମ ଥର ପାଇଁ କଂଗ୍ରେସର କୌଣସି ବଡ଼ ବୈଠକ ଗୁଜରାଟରେ ଆୟୋଜିତ ହେଉଛି। ଏହା ପୂର୍ବରୁ ଆଜି  ଐତିହାସିକ ଦାଣ୍ଡି ଯାତ୍ରାର ୯୦ତମ ବର୍ଷ ପୂର୍ତ୍ତି ଅବସରରେ ଗାନ୍ଧି ଆଶ୍ରମରେ ଏକାଠି ହୋଇଥିବା ଗାନ୍ଧି ପରିବାର ଏବଂ ସମସ୍ତ ତୁଙ୍ଗ ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାସହ ୧୯୩୦ ମସିହା ଆଜିର ଦିନରେ ଏଠାରୁ ଆରମ୍ଭ ହୋଇଥିବା ଦାଣ୍ଡିଯାତ୍ରାର ସ୍ମୃତିକୁ ସମସ୍ତ ନେତା ମନେ ପକାଇଥିଲେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ରେ କଂଗ୍ରେସ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। ଗୁଜରାଟର ଅହମ୍ମଦାବାଦର କଂଗ୍ରେସ ୱାର୍କିଂ କମିଟିର ବୈଠକ କରି ଆଗାମୀ ନିର୍ବାଚନରେ ମୋଦିଙ୍କ ବିଜୟ ପଥ ରୋକିବାକୁ ସଂକଳ୍ପ ନେଉଛି। ତେବେ କଂଗ୍ରେସର କୌଣସି ରାଜନୀତି ବିଜେପି ପାଇଁ ଫରକ ପକାଇବ ନାହିଁ ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି।