ଓଡିଆନ୍ ନ୍ୟୁଜ

128

ଶିରିଡ଼ି ବିମାନ ବନ୍ଦର ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ

Team Odian News |

ଶିରିଡ଼ି ବିମାନ ବନ୍ଦର ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ
ଅହମଦନଗର,୧/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଶିରିଡ଼ି ବିମାନ ବନ୍ଦର ଉଦ୍ ଘାଟନ କରିଛନ୍ତି । ମହାରାଷ୍ଟ୍ର ଅହମଦନଗର ଜିଲ୍ଲାରେ ମହାରାଷ୍ଟ୍ର ବିମାନବନ୍ଦର ବିକାଶ ନିଗମ ପକ୍ଷରୁ ଏହି ବିମାନ ବନ୍ଦରର ନିର୍ମାଣ କରାଯାଇଛି । ରାଷ୍ଟ୍ରପତି ଏହି ଅବସରରେ ଆଲିଆନ୍ସ ଏୟାରର ଶିରିଡ଼ିରୁ ମୁମ୍ବାଇକୁ ପ୍ରଥମ ଉଡ଼ାଣର ଶୁଭାରମ୍ଭ କରିଛନ୍ତି । ଏହି ଯାତ୍ରା ପାଇଁ ୪୫ ମିନିଟ୍ ସମୟ ଲାଗିବ । ଆଲିଆନ୍ସ ଏୟାର୍ ବ୍ୟତୀତ ଅନ୍ୟ ଦୁଇଟି ବିମାନ ସେବା ସଂସ୍ଥା ପକ୍ଷରୁ ମୁମ୍ବାଇରୁ ଶିରିଡ଼ି ମଧ୍ୟରେ ବିମାନ ସେବା ଯୋଗାଇ ଦିଆଯିବ । ପ୍ରାଥମିକ ପର୍ୟ୍ୟାୟରେ ଦୈନିକ ମୁମ୍ବାଇରୁ ୪ଟି ଫ୍ଲାଇଟ୍ ଏବଂ ଦିଲ୍ଲୀ ଓ ହାଇଦରାବାଦକୁ ଗୋଟିଏ ଲେଖାଏଁ ଫ୍ଲାଇଟ୍ ରହିବ । ଶିରିଡି ସାଇବାବାଙ୍କର ସମାଧୀପୀଠର ଏକଶତବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଚଳିତ ବର୍ଷ ପ୍ରାୟ ୧୧ ନିୟୁତ ପର୍ୟ୍ୟଟକ ତଥା ଶ୍ରଦ୍ଧାଳୁ ଆସିବାର ଆଶା କରାଯାଉଛି ।