ଓଡିଆନ୍ ନ୍ୟୁଜ

158

ବିଜେଡି ପୂରା ସଫା ହୋଇଯିବ-ବିଜେପି ପ୍ରଭାରୀ ଅରୁଣ ସିଂହ।

Team Odian News |

ବିଜେଡି ପୂରା ସଫା ହୋଇଯିବ-ବିଜେପି ପ୍ରଭାରୀ ଅରୁଣ ସିଂହ
ଭୁବନେଶ୍ୱର, ୧୨/୩( ଓଡ଼ିଆନ୍‍ ନ୍ୟୁଜ୍‍)  : ନବୀନଙ୍କ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ ବିଜେଡି ପୂରା ସଫା ହୋଇଯିବ। ଆଜି ଏଭଳି ଢଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବହୁତ ନେତା ବିଜେପିକୁ ଆସିବାକୁ ଚାହୁଁଛନ୍ତି। ବିଜେଡିରେ କମ୍ପନ ଆରମ୍ଭ ହେଲାଣି। ବୈଜୟନ୍ତ ପଣ୍ଡା ଆସିବା ପରେ ସାରା ଓଡ଼ିଶାରେ ଖୁସିର ମାହୋଲ ଆସିଯାଇଛି ବୋଲି ଅରୁଣ କହିଛନ୍ତି।ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲୀପ ରାୟଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଅରୁଣ କହିଛନ୍ତି, ‘କେହି ଆମ ଦଳରୁ ଯାଇନାହାନ୍ତି, ସବୁ ଆମ ସହ ଅଛନ୍ତିା’

ସେହିପରି ମୋଦି ପୁରୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଅରୁଣ। ସେ କହିଛନ୍ତି, ଏନେଇ ପ୍ରଧାନମନ୍ତ୍ରୀ ଏବଂ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ। ମୋଦିଙ୍କ ସ୍ନେହ ଓ ଆଶୀର୍ବାଦ ଓଡ଼ିଶା ସହ ଅଛି।