ଓଡିଆନ୍ ନ୍ୟୁଜ

181

୧୬ବର୍ଷ ଧରି ଲୁହା ଜଞ୍ଜିରରେ ନିରଞ୍ଜନ

Team Odian News |

୧୬ବର୍ଷ ଧରି ଲୁହା ଜଞ୍ଜିରରେ ନିରଞ୍ଜନ
କେନ୍ଦ୍ରାପଡା ,୧୪/୩( ଓଡ଼ିଆନ୍‍ ନ୍ୟୁଜ୍‍)  :ଆନ୍ତର୍ଜାତୀୟ ମାନବଧିକାର ପରିଷଦ ପକ୍ଷରୁ ଲୁହା ଶିକୁଳିରେ ବନ୍ଧା ଜନୈକ ଯୁବକକୁ ଉଦ୍ଧାର ନିମନ୍ତେ ଗୁରୁବାର ନିବେଦନ କରାଯାଇଥିବା ଜଣାପଡଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଢିହ ପଂଚାୟତର ଇଟାକଣ୍ଡିଆ ଗ୍ରାମର କାହ୍ନୁଚରଣ ନାୟକଙ୍କ ମାନସିକ ବିକୃତ ପୁଅ ନିରଞ୍ଜନ ନାୟକ(୪୮)ଙ୍କୁ  ଦୀର୍ଘ ୧୬ବର୍ଷ ଧରି ଏକ ଲୁହା ଜଞ୍ଜିରରେ ବନ୍ଧାଯାଇ ରଖାଯାଇଛି । ଏ ସମ୍ପର୍କରେ ଏକ ଗଣମାଧ୍ୟମରୁ ଜାଣିବାପରେ ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ନେତୃତ୍ୱରେ ଉପ ସଭାପତି ସଞ୍ଜିତ କୁମାର ମହାନ୍ତି,ସାଧାରଣ ସମ୍ପାଦକ ପ୍ରଣବ କୁମାର ବିଶ୍ୱାଳ,ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପାଢୀ,ଲିପିକା ରାୟ, ଜଗନ୍ନାଥ ମହାନ୍ତି,ବଳରାମ ନାୟକ,ସୁଶାନ୍ତ ନାୟକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ସେହି ଲୁହା ଜଞ୍ଜିରରେ ବନ୍ଧା ହୋଇଥିବା ମାନସିକ ବିକୃତ ନିରଞ୍ଜନକୁ ଉଦ୍ଧାର ପାଇଁ ଲିଖିତ ଭାବେ ନିବେଦନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଆନ୍ତର୍ଜାତୀୟ ମାନବଧିକାର ପରିଷଦର ୮ଜଣିଆ ଟିମ ବଢିହକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ ନିମନ୍ତେ ଭୂବନେଶ୍ୱର ଫେରିଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ନିରଞ୍ଜନଙ୍କ ପୁତୁରା ଜମିବାଡି ଘଟଣାକୁ ନେଇ ନିରଞ୍ଜନକୁ ଅତ୍ୟଧିକ ନିଷାଦ୍ରବ୍ୟ ବାରମ୍ବାର ଖୁଆଇ ଦେବାରୁ ତାଙ୍କର ଏଭଳି ପରିସ୍ଥିତି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମାନବିକ ଦୃଷ୍ଟି କୋଣରୁ ତୁରନ୍ତ ନିରଞ୍ଜନଙ୍କୁ ଉଦ୍ଧାର କରାଯାଇ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଇଛି ।