ଓଡିଆନ୍ ନ୍ୟୁଜ

189

ଅଖିଳ ଓଡିଶା ଝୋପଡ ପଟି ମହାସଙ୍ଘ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପାଇଁ ଅନଶନ

Team Odian News |

ଅଖିଳ ଓଡିଶା ଝୋପଡ ପଟି ମହାସଙ୍ଘ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପାଇଁ ଅନଶନ
କେନ୍ଦ୍ରାପଡା ,୧୪/୩( ଓଡ଼ିଆନ୍‍ ନ୍ୟୁଜ୍‍) : ଅଖିଳ ଓଡିଶା ଝୋପଡ ପଟ୍ଟି ମହାସଙ୍ଘ ପକ୍ଷରୁ ବସ୍ତି ବାସୀନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସ୍ତି ବାସୀନ୍ଦାମାନେ ବସିଥିବାର ଦେଖାଯାଇଥିଲା   ।  ସେମାନଙ୍କର ଅଭିଯୋଗ ହେଉଛି ଯେ ମୁଖ୍ୟମନ୍ତ୍ରୀ ବସ୍ତି ବାସୀନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ଘୋଷଣା କରିଥିବା ବେଳେ କେନ୍ଦ୍ରାପଡା ସହରର କେତେକ ବସ୍ତିରେ ଜମି ପଟ୍ଟା ଦିଆଯାଇଥିବା ବେଳେ କଜଳା ଅନୁସୂଚିତ ଜନଜାତୀ ବସ୍ତିର ୱାର୍ଡ ନମ୍ବର -୨୧, ଭ୍ରମରଦିଆପାଟଣା ୱାର୍ଡ ନମ୍ବର -୨୧ , ଚଉଁରୀ ବରହମପୁର ଅନୁସୁଚିତ ଜାତୀ ବସ୍ତି ବାସୀନ୍ଦାଙ୍କ ସମେତ ନସଡିପୁର ଓ ମହିପାଳ ବସ୍ତି ବାସୀନ୍ଦାଙ୍କୁ  ଜମି ପଟ୍ଟା ପ୍ରଦାନ କରାଯାଇ ନାହିଁ । ଗତ ଜାନୁଆରୀମାସ ୨୧ତାରିଖରେ କେନ୍ଦ୍ରାପଡା ପୈାରସଂସ୍ଥା ସମ୍ମୁଖରେ ଧାରଣା ଦିଆଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଉପରୋକ୍ତ ବସ୍ତି ବାସୀନ୍ଦାଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ସେଥିପ୍ରତି କୈାଣସି ବିଚାର କରାନଯିବାରେ ବସ୍ତି ବାସୀନ୍ଦାଙ୍କ ପକ୍ଷରୁ ଏକ ୭ଦିନିଆ ନୋଟିସ ପ୍ରଦାନ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ସାଧାରଣ ନିର୍ବାଚନ ପରେ ସେମାନଙ୍କ ଅଭିଯୋଗ ସମ୍ପର୍କରେ ବିଚାର କରିବ ବୋଲି ପ୍ରତିଶୃତି ଦେବାରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଝୋପଡ ପଟ୍ଟି ମହାସଙ୍ଘର ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ନେତୃର୍ୱରେ  ଶତାଧିକ ମହିଳା ବସ୍ତି ବାସୀନ୍ଦା ଏହି ଅନଶନରେ ସାମିଲ ହୋଇଥିଲେ ।