ଓଡିଆନ୍ ନ୍ୟୁଜ

141

ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ

Team Odian News |

ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ
 ନୂଆଦିଲ୍ଲୀ ,୧୪/୩( ଓଡ଼ିଆନ୍‍ ନ୍ୟୁଜ୍‍) : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି।ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ। ମୁଁ ଦଳରେ ଜଣେ କର୍ମୀ ଭାବେ କାର୍ଯ୍ୟ କରିବି।”ସେ ଆହୁରି କହିଛନ୍ତି,“ଅନେକ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗଦେଇଛି। ୩୫ ବର୍ଷ ହେଲା ମୁଁ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ସରକାରଙ୍କ ବିଭିନ୍ନ ୨୦ଟି ବିଭାଗରେ ମନ୍ତ୍ରୀ ରହିଛି। ମୁଁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଆସିଛି। ୨୦ ବର୍ଷ କାଳ ମୁଁ ବିଜୁ ବାବୁଙ୍କ ସହଯୋଗୀ ରହିଛି। ନବୀନ ପଟ୍ଟନାୟକଙ୍କ ପ୍ରକୃତି ବିଜୁ ବାବୁଙ୍କ ଠିକ ବିପରୀତ। ସେ ଓଡ଼ିଶା ଲୋକଙ୍କୁ ଭଲ ପାଆନ୍ତି ନାହିଁ। ଓଡ଼ିଆ କୁହନ୍ତି ନାହିଁ। ନବୀନ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି, ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି।”