ଓଡିଆନ୍ ନ୍ୟୁଜ

98

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ

Team Odian News |

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ
ବରଗଡ଼୧୫/୩( ଓଡ଼ିଆନ୍‍ ନ୍ୟୁଜ୍‍) : ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ ବରଗଡ଼ ନିକଟ ସରସରା ଗାଁରେ ଆୟୋଜିତ ଏକ ସାଧାରଣ ସମାବେଶରେ ଉଦ୍‌ବୋଧନ ଦେବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସମାବେଶରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି।

ରାହୁଲଙ୍କ ଗସ୍ତ ନେଇ ଗତକାଲି ବରିଷ୍ଠ କଂଗ୍ରେସ ନେତା ହମିଦ୍‌ ହୁସେନ୍‌ ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତି କାର‌୍ୟ୍ୟ ତଦାରଖ କରିଥିଲେ। ଏଥିସହ ଏସ୍‌ପିଜି ଅଧିକାରୀମାନେ ମଧ୍ୟ ଆସି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ।ଏହା ପୂର୍ବରୁ ରାହୁଲ ଭବାନୀପାଟଣା, ରାଉରକେଲା ଓ ଜୟପୁର ସମାବେଶରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।